ଏନ୍‌ସେଫାଲାଇଟିସ୍‌ର ସ୍ଥିତି ଅନୁଧ୍ୟାନ ପାଇଁ କାଲି ମାଲକାନଗିରି ଯିବ ବିଜେପି ଟିମ୍‌

ଭୁବନେଶ୍ୱର: ଜାପାନିଜ ଏନ୍‌ସେଫାଲାଇଟିସ୍‌ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ବିଜେପିର ୫ ଜଣିଆ ଟିମ୍‌ ମାଲକାନଗିରି ଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂହ ଦେଓ ସମେତ ୫ ଜଣିଆ ଟିମ୍‌ ମାଲକାନଗିରି ଗସ୍ତ କରିବେ। ସେଠାରେ ଟିମ୍‌ ପ୍ରଭାବିତ ଅଞ୍ଚଳକୁ ଯାଇ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଟିମ୍‌ ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ […]

basanta-panda

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 04:15 PM IST

ଭୁବନେଶ୍ୱର: ଜାପାନିଜ ଏନ୍‌ସେଫାଲାଇଟିସ୍‌ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି ବିଜେପିର ୫ ଜଣିଆ ଟିମ୍‌ ମାଲକାନଗିରି ଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂହ ଦେଓ ସମେତ ୫ ଜଣିଆ ଟିମ୍‌ ମାଲକାନଗିରି ଗସ୍ତ କରିବେ। ସେଠାରେ ଟିମ୍‌ ପ୍ରଭାବିତ ଅଞ୍ଚଳକୁ ଯାଇ ମୃତ ଶିଶୁଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଟିମ୍‌ ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବ ବୋଲି ଜଣାପଡ଼ିଛି। ପରେ ଟିମ୍‌ ଜିଲ୍ଲା ପ୍ରଶାସନ  ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମାଲକାନଗିରିରୁ ଫେରିବା ପରେ ଟିମ୍ ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଦଳୀୟ ରାଷ୍ଟ୍ରୀୟ ସଭାପତିଙ୍କୁ ଦେବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

Related story