ବିଜେପୁର ବସ୍‌ଷ୍ଟାଣ୍ଡ ନିକଟରେ କିଏ କରିବ ସଭା? ବିଜେପି ନା ବିଜେଡି

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହୋଇନି। ଏହା ପୂର୍ବରୁ ବିଜେପୁରରେ କର୍ମୀଙ୍କୁ ଏକାଠି କରିବା ପାଇଁ ଆସନ୍ତାକାଲି ବିଜେପି କରିବ ବଡ଼ କସରତ। ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ୨୭୦ ବୁଥ୍‌ରେ ଲୋକଙ୍କୁ ଶୁଣାଇବା ପାଇଁ ଦଳ କରିଛି ବ୍ୟାପକ ଆୟୋଜନ। ହେଲେ ଏହା ପୂର୍ବରୁ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଦଳ ପରସ୍ପରର ପତାକା ପୋଡ଼ିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। […]

bjp-to-broadcast-modi’s-‘mann-ki-baat’ –in-bypoll-bound-bijepur

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 10:55 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହୋଇନି। ଏହା ପୂର୍ବରୁ ବିଜେପୁରରେ କର୍ମୀଙ୍କୁ ଏକାଠି କରିବା ପାଇଁ ଆସନ୍ତାକାଲି ବିଜେପି କରିବ ବଡ଼ କସରତ। ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ୨୭୦ ବୁଥ୍‌ରେ ଲୋକଙ୍କୁ ଶୁଣାଇବା ପାଇଁ ଦଳ କରିଛି ବ୍ୟାପକ ଆୟୋଜନ। ହେଲେ ଏହା ପୂର୍ବରୁ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଦଳ ପରସ୍ପରର ପତାକା ପୋଡ଼ିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଜି ଥାନାରେ ଅଭିଯୋଗ ହୋଇଛି।

ଆସନ୍ତାକାଲି ବିଜେପୁର ବସ୍‌ଷ୍ଟାଣ୍ଡ ନିକଟ ପଡ଼ିଆରେ ବିଜେପି ‘ମନ କି ବାତ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତେବେ ବିଜେପି ସ୍ଥିର କରିଥିବା ସ୍ଥାନରେ ବିଜେଡି ଏକ ଟେଣ୍ଟ ନିର୍ମାଣ କରିଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି। ଆସନ୍ତାକାଲି ସଭାରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବିଜେଡି ଏପରି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବିଜେପି ଅଭିଯୋଗ କରିଛି। ଯାହାକୁ ନେଇ ଗତକାଲି ରାତିରୁ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିଲା ଛକାପଞ୍ଝା। ଉଭୟେ ଉଭୟଙ୍କ ଦଳୀୟ ପତାକା ପୋଡ଼ି ପ୍ରତିବାଦ କରିଛନ୍ତି।

ଏନେଇ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି “ବିଜେପୁରରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ’ କାର୍ଯ୍ୟକ୍ରମ ପାଇଁ ଆମେ ପୂର୍ବରୁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇଛୁ। ବିଜେଡି ଅନୁମତି ନ ନେଇ ଅଯଥା ଝାମେଲା କରିବାକୁ ଚେଷ୍ଟା କରୁଛି। ସେଠି ଝାମେଲା ପାଇଁ ପ୍ରଶାସନ ସମର୍ଥନ ଦେବା ଦୁଃଖଦ ଘଟଣା। ଯଦି କିଛି ଘଟେ, ତାହାହେଲେ ଆମେ ଦାୟୀ ହେବୁନି। ଅଘଟଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏ ବିଷୟରେ ମୁଁ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଛି।”

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି “ଗତକାଲି ରାତିରେ ବିଜେପୁର ଏଣ୍ଟ୍ରି ପଏଣ୍ଟରେ ବିଜେଡିର ପତାକାଗୁଡ଼ିକୁ ବିଜେପି କର୍ମୀମାନେ ପୋଡ଼ି ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏହାଛଡ଼ା ବିଜେପି ନେତାମାନେ ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ଭାଷଣ ଦେଉଛନ୍ତି। ଯାହାର ପ୍ରମାଣ ମୋ ପାଖରେ ରହିଛି। ବିଜେପିର ଅଭିଯୋଗର କୌଣସି ସତ ନାହିଁ। ଜାଣିଶୁଣି ଆମକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।”

Related story