ଦୁବାଇରେ ଫସିଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁବାଇରେ ଫସିଥିବା ୧୭ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉଦ୍ୟମ କରିଛନ୍ତି। ଏଥିପାଇଁ ସେ ଦୁବାଇରେ ଅବସ୍ଥାପିତ ଭାରତର କନସଲ୍‌ ଜେନେରାଲଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଫସିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସେ ନିବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କଇରାସି ଓ ମାଣିକପୁର ଅଞ୍ଚଳର ୧୭ଜଣ ଦାଦନ ଶ୍ରମିକ କାମ କରିବାକୁ […]

NAVEEN-FACING-ANTI-INCUMBENCY-WAVE-SAYS-FORMER-MP-BAIJAYANT-PANDA-111

Tapas Behera
  • Published: Saturday, 13 July 2019
  • , Updated: 13 July 2019, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁବାଇରେ ଫସିଥିବା ୧୭ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉଦ୍ୟମ କରିଛନ୍ତି। ଏଥିପାଇଁ ସେ ଦୁବାଇରେ ଅବସ୍ଥାପିତ ଭାରତର କନସଲ୍‌ ଜେନେରାଲଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଫସିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସେ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କଇରାସି ଓ ମାଣିକପୁର ଅଞ୍ଚଳର ୧୭ଜଣ ଦାଦନ ଶ୍ରମିକ କାମ କରିବାକୁ ଯାଇ ଦୁବାଇରେ ଫସି ରହିଛନ୍ତି। ଗତ ନଭେମ୍ବର ୪ ତାରିଖରେ କାର୍ତ୍ତିକ ଜେନା ନାମକ ଜଣେ ଏଜେଣ୍ଟ ଏମାନଙ୍କୁ କାମ ପାଇଁ ଦୁବାଇ ନେଇଯାଇଥିଲେ। ମାସକୁ ୩୫,୦୦୦ ଟଙ୍କା ଦରମା ମିଳିବ ବୋଲି କହି ଜଣକ ପିଛା କାର୍ତ୍ତିକ ୬୦,୦୦୦ ଟଙ୍କା ନେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ହେଲେ ସେଠାରେ ସେମାନେ ୯ମାସ ହେଲା ଦରମା ପାଇ ନାହାନ୍ତି। ଦରମା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏବେ ସେମାନେ ଭୟ ଓ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏମିତିକି କମ୍ପାନୀ ସମସ୍ତ ଶ୍ରମିକଙ୍କୁ ଛଟେଇ କରିଦେଇଛନ୍ତି। ଉଦ୍ଧାର ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଏହିପରିପ୍ରେକ୍ଷୀରେ ବୈଜୟନ୍ତ ଦୁବାଇରେ ଅବସ୍ଥାପିତ ଇଣ୍ଡିଆନ୍‌ କନସଲ୍‌ ଜେନେରାଲଙ୍କୁ ଚିଠି ଲେଖି ଏବାବଦରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ ଅନେକଥର ବିଦେଶରେ ଫସିଥିବା ଶ୍ରମିକମାନଙ୍କୁ ବୈଜୟନ୍ତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

Related story