ଦେବଗଡ଼ ଆସନ ପୁଣି ବିଜେପି ହାତକୁ ଗଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁଣି ବିଜେପି ହାତକୁ ଯାଇଛି। ଏହି ଆସନରେ ୨୦୧୪ରେ ନୀତେଶ ଗଙ୍ଗଦେବ ବିଜୟୀ ହୋଇଥିବା ବେଳେ ଏଥର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ନୀତେଶ ଏଥର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ସୁବାସଙ୍କୁ ୭୦,୬୫୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ୬୩,୯୦୭ ଖଣ୍ଡ ଭୋଟ୍ ମିଳିଛି। […]

bjp

Tapaswini Nayak
  • Published: Thursday, 23 May 2019
  • , Updated: 23 May 2019, 08:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁଣି ବିଜେପି ହାତକୁ ଯାଇଛି। ଏହି ଆସନରେ ୨୦୧୪ରେ ନୀତେଶ ଗଙ୍ଗଦେବ ବିଜୟୀ ହୋଇଥିବା ବେଳେ ଏଥର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ନୀତେଶ ଏଥର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ହୋଇଛନ୍ତି।

ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ସୁବାସଙ୍କୁ ୭୦,୬୫୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ୬୩,୯୦୭ ଖଣ୍ଡ ଭୋଟ୍ ମିଳିଛି। କଂଗ୍ରେସର ଉମାଶଙ୍କର ସାହୁଙ୍କୁ ୨୬,୬୯୪ ଖଣ୍ଡ ଭୋଟ୍ ମିଳିଛି।

ସେହିପରି ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ମୁକେଶ କୁମାର ପାଲ୍ ୫୯,୨୯୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ୫୩,୦୦୮ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଗଡ଼ନାୟକ ୧୨,୨୪୭ ଖଣ୍ଡ ଭୋଟ୍ ପାଇଛନ୍ତି।

Related story