ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା; ଡିସିପି ଅଫିସ ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟୁନି। ଏପରିକି ଏହି ଘଟଣାରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତ ଗତି ଧିମେଇ ଯାଉଥିବା ଅଭିଯୋଗ ଆଣିଛି ବିଜେପି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ୍‌ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଗଣଶିକ୍ଷା […]

bjp

bjp

Niharika Rout
  • Published: Saturday, 01 October 2022
  • Updated: 01 October 2022, 04:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟୁନି। ଏପରିକି ଏହି ଘଟଣାରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତ ଗତି ଧିମେଇ ଯାଉଥିବା ଅଭିଯୋଗ ଆଣିଛି ବିଜେପି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ୍‌ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଗଣଶିକ୍ଷା ମନ୍ତ୍ରୀଙ୍କୁ ତୁରନ୍ତ ପଚରାଉଚରା କରିବା ଦାବିରେ ଆଜି ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି।

ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଆଜି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଅଧିକ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।  ବିଜେପି ନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି,  ମୃତ ଧର୍ମେନ୍ଦ୍ର ନିଜ ଶେଷ ଅଡିଓରେ ଯେଉଁମାନଙ୍କ ନାଁ ନେଇଛନ୍ତି, ପୁଲିସ୍‌ ସେମାନଙ୍କୁ ତଦନ୍ତ ପରିସରକୁ ନେଉନି । ପୁଲିସ୍‌ ଏହାକୁ ଚାପିଦେବାକୁ ଚେଷ୍ଟା କରୁଛି। ତୁରନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗିରଫ କର, ନ ହେଲେ ସାରା ଓଡ଼ିଶାରେ ଆନ୍ଦୋଳନ ଜୋରଦାର ହେବ ।

[caption id="attachment_770619" align="aligncenter" width="650"]bjp ଡିସିପି ଅଫିସ ସମ୍ମୁଖରେ ବିଜେପି କର୍ମୀଙ୍କ ବିକ୍ଷୋଭ ।[/caption]

ଧର୍ମେନ୍ଦ୍ର ସାହୁ ନିଜ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ କହିଥିଲେ, ରାଜନୈତିକ କାରଣରୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି । ହେଲେ କ’ଣ ସେହି ରାଜନୈତିକ କାରଣ, ଏହା ପଛରେ କିଏ ଅଛି ତାହା ସ୍ପଷ୍ଟ କରି ନ ଥିଲେ। ସେହିପରି ନିଜର ୨ଟି ମୋବାଇଲରେ ସମସ୍ତ ଭିଡିଓ ଥିବାରୁ ତାହାକୁ ତଦନ୍ତ ପରିସରଭୁକ୍ତ କରିବାକୁ କହିଥିଲେ ଧର୍ମେନ୍ଦ୍ର ସାହୁ।  ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ ୨ଟି ପୁଲିସ୍‌ ଜବତ କରିଥିଲେ ବି ସେଥିରୁ କ’ଣ ସବୁ ତଥ୍ୟ ପାଇଲା ତାହା ଖୁଲାସା କରୁନି।

ଏହାବାଦା ନିଜ ବନ୍ଧୁଙ୍କ ସହ ଧର୍ମେନ୍ଦ୍ର ଫୋନ୍‌ରେ କଥା ହେବା ବେଳର ଏକ ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସେ ତାଙ୍କର କିଛି ହେଲେ ପତ୍ନୀ, ମନ୍ତ୍ରୀ ଓ ସମ୍ପର୍କୀୟ ଦାୟୀ ରହହିବେ ବୋଲି କହିଛନ୍ତି। ଏହାକୁ ତଦନ୍ତ ପରିସରକୁ ନିଆଯାଇନି ।

ଏହି ଘଟଣାରେ ଗଣ ଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି ଟାର୍ଗେଟ କରି ତାଙ୍କ ଗିରଫଦାରି ପାଇଁ ଦାବି କରୁଛି। ଏନେଇ ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ସମୀର ଦାଶ ଗତକାଲି କହିଥିଲେ, ଯେହେତୁ ଧର୍ମେନ୍ଦ୍ର ସାହୁଙ୍କ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣି ନାହାନ୍ତି, ତେଣୁ ଏ ସମ୍ପର୍କରେ କୌଣସି ମତ ରଖିବାକୁ ଉଚିତ୍‌ ମନେ କରୁନାହିଁ । ଧର୍ମେନ୍ଦ୍ରଙ୍କ ପରିବାର ପକ୍ଷରୁ ସିଧାସଳଖ କିଛି ଅଭିଯୋଗ ଆସିଥିଲେ ସେ ଏହାର ଜବାବ ରଖିଥାନ୍ତେ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ।

ସପ୍ତାହେ ପରେ ବି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଉପରୁ ପରଦା ହଟୁ ନ ଥିବା ବେଳେ ପୁଲିସ୍‌ ଏହି ଘଟଣାକୁ ଚାପୁଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story