ଦବି ଗଲା ବିଜେପି ସଭା ମଞ୍ଚ

<p>ବରଗଡ଼ (ଓଡ଼ିଶା ରିପୋର୍ଟର):&nbsp; ଦବିଲା ବିଜେପି ସଭାମଞ୍ଚ। ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ। ବିଜେପୁର ଉପ ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଆସିଥିଲେ। ଗାଇସିଲାଟ ବ୍ଲକ୍ ଜଗଲପାଟରେ ଆୟୋଜିତ ସଭାରେ ସେ ମଞ୍ଚ ଉପରେ ଛିଡ଼ା ହୋଇ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ତାହା ଦବି ଯାଇଥିଲା। ମଞ୍ଚ ଦବି ଯିବାରୁ ମନ୍ତ୍ରୀ ତଳକୁ ଖସି ଗଲେ, କିନ୍ତୁ ପୂରା ପଡ଼ି ନଥିଲେ। ଏହି ସମୟରେ ମଞ୍ଚରେ ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।</p> <p>ସୂଚନାଯୋଗ୍ୟ, ଗତକାଲି ବିଜେପିରୁ ଉପ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ ଗାଇସିଲାଟରେ ସଭା ମଞ୍ଚକୁ ଉଠୁଥିବା ବେଳେ ଝୁଣ୍ଟି ପଡ଼ିଥିଲେ।</p>

Ordigital Desk
  • Published: Wednesday, 21 February 2018
  • Updated: 21 February 2018, 08:46 PM IST

Sports

Latest News

<p>ବରଗଡ଼ (ଓଡ଼ିଶା ରିପୋର୍ଟର):&nbsp; ଦବିଲା ବିଜେପି ସଭାମଞ୍ଚ। ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ। ବିଜେପୁର ଉପ ନିର୍ବାଚନ ପାଇଁ ସେ ପ୍ରଚାର କରିବାକୁ ଆସିଥିଲେ। ଗାଇସିଲାଟ ବ୍ଲକ୍ ଜଗଲପାଟରେ ଆୟୋଜିତ ସଭାରେ ସେ ମଞ୍ଚ ଉପରେ ଛିଡ଼ା ହୋଇ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ତାହା ଦବି ଯାଇଥିଲା। ମଞ୍ଚ ଦବି ଯିବାରୁ ମନ୍ତ୍ରୀ ତଳକୁ ଖସି ଗଲେ, କିନ୍ତୁ ପୂରା ପଡ଼ି ନଥିଲେ। ଏହି ସମୟରେ ମଞ୍ଚରେ ବିଜେପିର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।</p><p>ସୂଚନାଯୋଗ୍ୟ, ଗତକାଲି ବିଜେପିରୁ ଉପ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ ଗାଇସିଲାଟରେ ସଭା ମଞ୍ଚକୁ ଉଠୁଥିବା ବେଳେ ଝୁଣ୍ଟି ପଡ଼ିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos