ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ୪ କଂଗ୍ରେସ କର୍ମୀ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ଜଙ୍ଗଲ ଜମି ପଟ୍ଟା, ଘରଡ଼ିହ ପଟ୍ଟା ଆଦି ବାଣ୍ଟି ଫେରିବା ସମୟରେ ପଦମପୁର ଗାଁ ନିକଟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇଥିଲେ। ଏହି ଘଟଣାରେ ପୋଲିସ୍ ୪ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,“ଏହା ଅତି ଛୋଟ କଥା। ମୁଁ ଏଗୁଡ଼ିକୁ ଗୁରୁତ୍ୱ ଦିଏ ନାହିଁ। ଲୋକଙ୍କ ବିକାଶ ପାଇଁ ଆମେ କାର୍ଯ୍ୟ କରୁଛୁ। […]

black-flag

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 03:38 PM IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ଜଙ୍ଗଲ ଜମି ପଟ୍ଟା, ଘରଡ଼ିହ ପଟ୍ଟା ଆଦି ବାଣ୍ଟି ଫେରିବା ସମୟରେ ପଦମପୁର ଗାଁ ନିକଟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇଥିଲେ। ଏହି ଘଟଣାରେ ପୋଲିସ୍ ୪ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,“ଏହା ଅତି ଛୋଟ କଥା। ମୁଁ ଏଗୁଡ଼ିକୁ ଗୁରୁତ୍ୱ ଦିଏ ନାହିଁ। ଲୋକଙ୍କ ବିକାଶ ପାଇଁ ଆମେ କାର୍ଯ୍ୟ କରୁଛୁ। ବିକାଶ ପାଇଁ କାମ କଲା ବେଳେ ଏମିତି ପ୍ରତିବନ୍ଧକ ଆସେ। ମୁଁ ବିରୋଧୀଙ୍କୁ କୌଣସି ଜବାବ ଦେବାକୁ ଚାହେଁନା। ମୁଁ କେବଳ ଲୋକଙ୍କ ପାଇଁ କିଛି କରିବାକୁ ଚାହେଁ। ସେମାନଙ୍କର ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସେମାନଙ୍କ ବିକାଶ କରିବା ମୋର ଲକ୍ଷ୍ୟ।”

Related story