ବାଳକକୁ ଗୁଣିଆର ନିର୍ଘାତ ମାଡ଼, ଚପଲ ବି ଖୁଆଇଲେ

ଜଳେଶ୍ୱର:(ଅଜିତ୍‌ ଦାସ୍‌): ଭୂତ ଛଡ଼ାଇବା ନାଁରେ ବାଳକକୁ ଗୁଣିଆର ନିର୍ଘାତ ମାଡ଼। କମର୍ଦ୍ଦା ଥାନା ରାଣୀଗୁଡ଼ା ଗାଁ ରାସ୍ତା ଉପରେ ବାଳକକୁ ନିର୍ଘାତ ମା଼ଡ ହୋଇଛି। ବାଡ଼ି, କଣ୍ଟା ଗଛରେ ନିର୍ଧୁମ ପିଟିବା ସହ ଚପଲ ଖୁଆଇଲେ ଗୁଣିଆ। ତେବେ ଘଟଣାକୁ ନେଇ ଉତ୍ତେଜନା ଦେଖାଦବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗୁଣିଆ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ମହାଗବ ଗାଁର ନିତାଇ ସାମଲଙ୍କ ୭/୮ ବର୍ଷର ବାଳକ ଦେହ ଅସୁସ୍ଥ ହୋଇଥିଲା। ଭୂତ ସନ୍ଦେହରେ […]

490

490

Tapas Behera
  • Published: Wednesday, 13 November 2019
  • Updated: 13 November 2019, 04:50 PM IST

Sports

Latest News

ଜଳେଶ୍ୱର:(ଅଜିତ୍‌ ଦାସ୍‌): ଭୂତ ଛଡ଼ାଇବା ନାଁରେ ବାଳକକୁ ଗୁଣିଆର ନିର୍ଘାତ ମାଡ଼। କମର୍ଦ୍ଦା ଥାନା ରାଣୀଗୁଡ଼ା ଗାଁ ରାସ୍ତା ଉପରେ ବାଳକକୁ ନିର୍ଘାତ ମା଼ଡ ହୋଇଛି। ବାଡ଼ି, କଣ୍ଟା ଗଛରେ ନିର୍ଧୁମ ପିଟିବା ସହ ଚପଲ ଖୁଆଇଲେ ଗୁଣିଆ। ତେବେ ଘଟଣାକୁ ନେଇ ଉତ୍ତେଜନା ଦେଖାଦବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗୁଣିଆ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ, ମହାଗବ ଗାଁର ନିତାଇ ସାମଲଙ୍କ ୭/୮ ବର୍ଷର ବାଳକ ଦେହ ଅସୁସ୍ଥ ହୋଇଥିଲା। ଭୂତ ସନ୍ଦେହରେ ପରିବାର ଲୋକ ରାଣୀଗୁଡ଼ାର ଗୁଣିଆ ପାଖକୁ ଆଣିଥିଲେ। କମର୍ଦ୍ଦା  ଥାନା ରାଣୀଗୁଡ଼ା ଗୁଣିଆ ଘରକୁ ଆଣିଥିଲେ। ପରିବାର ଲୋକେ ଭୂତ ଛଡ଼ାଇବା ନାଁରେ ୨ ଗୁଣିଆ ପିଲାଟିକୁ ନିର୍ଧୂମ ପିଟିଥିଲେ।

ଜଣେ ମହିଳା ଓ ଜଣେ ପୁରୁଷ ଗୁଣିଆ ପିଲାକୁ ନିସ୍ତୁକ ପିଟିଥିଲେ। ବାଡ଼ିରେ ପିଟିବା ସହ ପିଲାକୁ ଚପଲ ପାଟିରେ ଧରାଇଥିଲେ।  ଉଭୟ ପ୍ରବଳ ମାଡ଼ରେ ପିଲାଟି ଏବେ ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି। ତେବେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ମୁଖ୍ୟ ଗୁଣିଆ  ଅଜୟ ରାଉଳ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos