ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦୀପାବଳିରେ ବାଣ ଦୋକାନରେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଯୋଗୁ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁରେ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବଡ଼ସୁଆଁଳ ଗାଁରେ ଶିଶିର ପାଲ ବାଣ ଦୋକାନ କରିଥିଲେ। ଆଜି ଦୀପାବଳି ଥିବାରୁ ତାଙ୍କ ଠାରୁ […]

Blast

  • Published: Monday, 24 October 2022
  • , Updated: 24 October 2022, 06:45 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଦୀପାବଳିରେ ବାଣ ଦୋକାନରେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଯୋଗୁ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବଡ଼ସୁଆଁଳ ଗାଁରେ ଶିଶିର ପାଲ ବାଣ ଦୋକାନ କରିଥିଲେ। ଆଜି ଦୀପାବଳି ଥିବାରୁ ତାଙ୍କ ଠାରୁ ବାଣ କିଣିବାକୁ କିଛି ଲୋକ ଆସିଥିଲେ। ସେହିପରି ଆଖପାଖ ଅଞ୍ଚଳର କିଛି ପିଲା ମଧ୍ୟ ଦୋକାନ ପାଖରେ ବୁଲାବୁଲି କରୁଥିଲେ। ତେବେ ହଠାତ୍‌ ଦୋକାନରେ ବିକ୍ରି ହେଉଥିବା ବାଣ ବିସ୍ଫୋରଣ ହୋଇଥିଲା। ଚାହୁଁଚାହୁଁ ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଯୋଗୁ ଜିନିଷପତ୍ର ଛିଟିକି ପଡ଼ିଥିଲା।

ଦୋକାନ ପାଖରେ ଥିବା ପ୍ରାୟ ୧୨ ଜଣ ଲୋକ ଏଥିରେ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ବିସ୍ଫୋରଣ ଶବ୍ଦ ଶୁଣି ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରିଥିଲେ। ସେହିପରି ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

ବିସ୍ଫୋରଣରେ ଗୁରୁତର ହୋଇଥିବା ୪ ଜଣଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହୋଇଥିବା ଯୁବକ ଜଣଙ୍କ ହେଲେ ଜଗବନ୍ଧୁ ନାୟକ। ସେହିପରି ଦୁଷ୍ମନ୍ତ ନାୟକ, ତାଙ୍କର ୯ ବର୍ଷର ପୁଅ ପ୍ରତୀକ ଓ ଅନ୍ୟ ଜଣେ ନାବାଳିକା ଅନ୍ୱେଷା ପାଲଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି।

ସାମ୍ନାକୁ ଆସିଥିବା ଭିଜିଆଲରୁ ବିସ୍ଫୋରଣ କେତେ ଭୟଙ୍କର ଥିଲା, ତାହା ଜଣାପଡ଼ୁଛି। ବିସ୍ଫୋରଣ ଯୋଗୁ ଦୋକାନଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଛି। ସେହିପରି ପ୍ରତୀକ ଓ ଅନ୍ୱେଷାଙ୍କ ଶରୀରର ଅନେକ ସ୍ଥାନରେ ଭୟଙ୍କର କ୍ଷତଚିହ୍ନ ଦେଖିବାକୁ ମିଳୁଛି। ସେମାନଙ୍କୁ ଆମ୍ବୁଲାନ୍ସକୁ ନିଆଯିବା ବେଳେ ଉଭୟ କେବଳ ଚିତ୍କାର କରୁଥିଲେ।

Related story