ଫରେଷ୍ଟ କଲୋନୀରେ ଭୟଙ୍କର ବିସ୍ଫୋରଣ

ଢେଙ୍କାନାଳ (ରାଜଶ୍ରୀ ଶତପଥି): ଢେଙ୍କାନାଳ ଫରେଷ୍ଟ କଲୋନୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ହାତୀ ଘଉଡ଼ାଇବା ସ୍କ୍ୱାଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଜିତ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଫରେଷ୍ଟ କଲୋନୀର ଏକ ଘରେ ହାତୀ ଘଉଡାଇବା ପାଇଁ ବାଣ ସବୁ ରଖାଯାଇଥିଲା। ଆଜି ସକାଳେ ସୁଜିତ ସେହି ଘରକୁ ଯାଇଥିଲେ। ହଠାତ୍ ସେଠାରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ […]

yyyy

Tapaswini Nayak
  • Published: Wednesday, 24 June 2020
  • , Updated: 24 June 2020, 12:06 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥି): ଢେଙ୍କାନାଳ ଫରେଷ୍ଟ କଲୋନୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ହାତୀ ଘଉଡ଼ାଇବା ସ୍କ୍ୱାଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଜିତ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଫରେଷ୍ଟ କଲୋନୀର ଏକ ଘରେ ହାତୀ ଘଉଡାଇବା ପାଇଁ ବାଣ ସବୁ ରଖାଯାଇଥିଲା। ଆଜି ସକାଳେ ସୁଜିତ ସେହି ଘରକୁ ଯାଇଥିଲେ। ହଠାତ୍ ସେଠାରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଘରର ଆଜବେଷ୍ଟ ଉଡ଼ିଯାଇଥିବାବେଳେ ନିକଟରେ ଥିବା  ଘରର କାନ୍ଥ ସବୁ ଫାଟି ଯାଇଛି। ଏହାସହ ଫରେଷ୍ଟ କଲୋନୀର କିଛି ଲୋକଙ୍କ ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି।

Related story