କୋଣାର୍କ: ମାଟିତଳେ ତେଲ ସନ୍ଧାନ ବେଳେ ବିସ୍ଫୋରଣ, ଘରଦ୍ୱାର ଫାଟିଲା

କୋଣାର୍କ:(ଓଡ଼ିଶା ରିପୋର୍ଟର) ଭୂତଳ ତୈଳ ସର୍ଭେ ପାଇଁ ବ୍ଲାଷ୍ଟିଂ ବେଳେ ଘରଦ୍ୱାର ଫାଟିଲା। ଗୋପ ବ୍ଲକ ଆମ୍ବିଳି ଗାଁରେ ସର୍ଭେ ବେଳେ ଘରେ ଫାଟ ହୋଇଥିବା ଅଭିଯୋଗ ହୋଇଛି। ବିନା ନୋଟିସରେ ବ୍ଲାଷ୍ଟିଂ କରାଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସର୍ଭେ କାମରେ ଲାଗିଥିବା କିଛି ଗାଡ଼ି ଓ ଜଣେ କର୍ମଚାରୀ ଅଟକ ଅଛନ୍ତି। କ୍ଷତିପୂରଣ ଦାବିରେ ଗାଡ଼ି ଓ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ, ଅଏଲ ଇଣ୍ଡିଆ ପକ୍ଷରୁ ପୁରୀ ଜିଲ୍ଲା […]

7bv

7bv

Tapas Behera
  • Published: Sunday, 10 January 2021
  • Updated: 10 January 2021, 04:36 PM IST

Sports

Latest News

କୋଣାର୍କ:(ଓଡ଼ିଶା ରିପୋର୍ଟର) ଭୂତଳ ତୈଳ ସର୍ଭେ ପାଇଁ ବ୍ଲାଷ୍ଟିଂ ବେଳେ ଘରଦ୍ୱାର ଫାଟିଲା। ଗୋପ ବ୍ଲକ ଆମ୍ବିଳି ଗାଁରେ ସର୍ଭେ ବେଳେ ଘରେ ଫାଟ ହୋଇଥିବା ଅଭିଯୋଗ ହୋଇଛି। ବିନା ନୋଟିସରେ ବ୍ଲାଷ୍ଟିଂ କରାଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସର୍ଭେ କାମରେ ଲାଗିଥିବା କିଛି ଗାଡ଼ି ଓ ଜଣେ କର୍ମଚାରୀ ଅଟକ ଅଛନ୍ତି। କ୍ଷତିପୂରଣ ଦାବିରେ ଗାଡ଼ି ଓ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ, ଅଏଲ ଇଣ୍ଡିଆ ପକ୍ଷରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର ,କୋଣାର୍କ ,ଗୋପ ଅଞ୍ଚଳରେ ଭୂତଳରେ ଥିବା ପ୍ରାକୃତିକ ଇନ୍ଧନର ସନ୍ଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ତେବେ ଅଏଲ ଇଣ୍ଡିଆ ଦ୍ଵାରା ନିଯୁକ୍ତ ହାଇଦ୍ରାବାଦର ଆଲ୍ଫା ଜିଓ ଇଣ୍ଡିଆ ଲିମିଟେଡ ନାମକ ଏକ ସର୍ଭେ ସଂସ୍ଥା  ଦ୍ଵାରା ବୋରିଙ୍ଗ କରାଯାଇ ଗର୍ତ୍ତ ମଧ୍ୟରେ ଡିନାମାଇଟ ବ୍ଳାଷ୍ଟିଙ୍ଗ କରାଯାଇଥିଲା। ଏହି ସମୟରେ ଗୋପ ବ୍ଲକ ଆମ୍ବିଳିଗାଁରେ ବିଭିନ୍ନ ଲୋକଙ୍କ ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଗାଁର ଅଧିକାଂଶ ଲୋକେ କ୍ଷତିପୂରଣ ଦାବି କରି ସର୍ଭେ କରୁଥିବା କମ୍ପାନୀର ଗାଡି ଓ  ଲୋକଙ୍କୁ ଅଟକ ରଖିବା ବେଳେ ପୁଲିସ କିଛି ଗାଡି ଓ ଲୋକଙ୍କୁ ଉଦ୍ଧାର କରିଛି। ଗ୍ରାମବାସୀ ଏବେ ବି ଗୋଟିଏ ବୋଲେରୋକୁ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ କୋଣାର୍କ ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି  ତଦନ୍ତ ଆରମ୍ଭ କରିଛି । ଜନବସତି ଠାରୁ ମାତ୍ର 100 ମିଟର ମଧ୍ୟରେ ଏକାଧିକ ବ୍ଳାଷ୍ଟିଙ୍ଗ କରିବା ଦ୍ଵାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଘରୋଇ କମ୍ପାନୀର ପଦାଧିକାରୀମାନେ ଘଟଣା ସ୍ଥଳରୁ ଛୁ ମାରିଥିବା ବେଳେ କମ୍ପାନୀରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା ବେଳେ ଗାଁ ଲୋକେ ତାଙ୍କୁ ଅଟକ ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos