ମିଳିଲା ଜମି ପଟ୍ଟା, ଗୀତ ଗାଇ ଧନ୍ୟବାଦ ଜଣାଇଲେ ଦୃଷ୍ଟିବାଧିତ ପ୍ରଫୁଲ୍ଲ

ଯାଜପୁର (ଯନ୍ମେଜୟ ଦାଶ): ଦୀର୍ଘ ଦିନର ଦାବି ପୂରଣ ହେଲା। ଯାଜପୁର ଜିଲ୍ଲାର ଦୃଷ୍ଟିବାଧିତ ପ୍ରଫୁଲ୍ଲ ଦାସଙ୍କ ଗୁହାରୀ ଶୁଣିଲା ପ୍ରଶାସନ। ଶେଷରେ ତାଙ୍କୁ ଆଜି ଜମି ପଟ୍ଟା ମିଳିଲା। ଜମି ପଟ୍ଟା ଗ୍ରହଣ କରିବା ପରେ ଗୀତ ଗାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଫୁଲ୍ଲ। ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସରରେ ଦିବ୍ୟଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ‘ବସୁନ୍ଧରା’ ଯୋଜନାରେ ୪ ଡିସିମିଲ ଘରବାଡ଼ି ଜମି […]

Prafulla

Prafulla

Manoranjan Sial
  • Published: Saturday, 24 September 2022
  • Updated: 24 September 2022, 05:00 PM IST

Sports

Latest News

ଯାଜପୁର (ଯନ୍ମେଜୟ ଦାଶ): ଦୀର୍ଘ ଦିନର ଦାବି ପୂରଣ ହେଲା। ଯାଜପୁର ଜିଲ୍ଲାର ଦୃଷ୍ଟିବାଧିତ ପ୍ରଫୁଲ୍ଲ ଦାସଙ୍କ ଗୁହାରୀ ଶୁଣିଲା ପ୍ରଶାସନ। ଶେଷରେ ତାଙ୍କୁ ଆଜି ଜମି ପଟ୍ଟା ମିଳିଲା। ଜମି ପଟ୍ଟା ଗ୍ରହଣ କରିବା ପରେ ଗୀତ ଗାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଫୁଲ୍ଲ।

ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସରରେ ଦିବ୍ୟଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ‘ବସୁନ୍ଧରା’ ଯୋଜନାରେ ୪ ଡିସିମିଲ ଘରବାଡ଼ି ଜମି ପଟ୍ଟା ପ୍ରଦାନ କରାଯାଇଛି। ବ୍ୟାସନଗର ତହସିଲଦାର ଅଶୋକ ମାଝୀ ଓ ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏଥିସହ ସରକାରଙ୍କର ସମସ୍ତ ଯୋଜନାରେ କିପରି ତାଙ୍କୁ ସାମିଲ୍‌ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦିଆଯିବ ଅତିରିକ୍ତ ତହସିଲଦାର କହିଛନ୍ତି। ଜମି ପଟ୍ଟା ପାଇବା ପରେ ପ୍ରଫୁଲ୍ଲ ରାଜ୍ୟ ସରକାରଙ୍କ ସମେତ ଯାଜପୁର ଜିଲ୍ଲାପାଳ ଓ ବ୍ୟାସନଗର ତହସିଲଦାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ଖୁବ୍ ଶୀଘ୍ର ଆବାସ ଯୋଜନାରେ ଗୃହ ଖଣ୍ଡେ ପାଇବା ପାଇଁ ଆଶା ରଖିଥିବା ପ୍ରଫୁଲ୍ଲ କହିଛନ୍ତି।

କିଛିଦିନ ତଳେ ଅଭିନବ ଉପାୟରେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଗୀତ ଗାଇ ପ୍ରତିବାଦ କରିଥିଲେ ପ୍ରଫୁଲ୍ଲ। ଘର ଖଣ୍ଡିଏ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ। ଆଉ ତାଙ୍କ କଥା ବ୍ଲକ ଓ ତହସିଲ ପ୍ରଶାସନ ଶୁଣୁନଥିବା ଗୀତରେ କହିଥିଲେ। ଯାହା ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏହା ପରେ ଘଟଣା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଥିଲା। ତେବେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଫୁଲ୍ଲଙ୍କୁ ଜମିପଟ୍ଟା ଯୋଗାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos