ବୁହାଳୋ ବିବାଦକୁ ନେଇ ନବୀନଙ୍କ ପାଖରେ ଫେରାଦ ହେଲେ ବ୍ଲକ ଅଧ୍ୟକ୍ଷା

Ordigital Desk
  • Published: Sunday, 14 January 2018
  • , Updated: 14 January 2018, 10:43 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଶ୍ଚିନ୍ତକୋଇଲି ବୁହାଳୋ ବିବାଦ ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବିଜେଡି ମଧ୍ୟରେ କଳି ବଢ଼ିବାରେ ଲାଗିଛି। ଏମ୍&zwnj;ପି ଲ୍ୟାଡ୍ ଠିକ୍&zwnj;ରେ ଖର୍ଚ୍ଚ ହେଉ ନଥିବା ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା ଏବଂ ତାଙ୍କ ସମର୍ଥକ। ସେମାନେ ଅଭିଯୋଗ କରିଛନ୍ତି ଯେ, ଦଳୀୟ ନେତାଙ୍କ ସହ ସାଂସଦ ବୈଜୟନ୍ତ ପଣ୍ଡା କୌଣସି ସଂପର୍କ ରଖୁନାହାଁନ୍ତି କି ସାଂସଦ ପାଣ୍ଠିରୁ ବ୍ଲକକୁ କୌଣସି କାମ ଦେଉନାହାନ୍ତି।</p> <p>ନବୀନ କହିଛନ୍ତି, &ldquo;ମୁଁ ଅଭିଯୋଗ ପାଇଛି। ଏହାର ଅନୁଧ୍ୟାନ କରିବି।&rdquo;</p> <p>ଅନ୍ୟପକ୍ଷରେ ଏହି ଅଭିଯୋଗ ଉପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, &ldquo;ଏମିତି କୌଣସି ନିର୍ଦ୍ଦିଷ୍ଟ ଗାଇଡ଼ଲାଇନ୍ ନାହିଁ, କାହାକୁ କାମ ଦିଆଯିବ। ଲୋକଙ୍କ ଆବଶ୍ୟକତା ଦେଖି ଏମ୍&zwnj;ପି ଲ୍ୟାଡ୍ ଟଙ୍କା ଦିଆଯାଇଥାଏ।&rdquo;</p> <p>ବୁହାଳୋରେ ପାଣି ଟାଙ୍କି ଉଦଘାଟନ ସମୟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅଭିଯୋଗକୁ ନେଇ ମଧ୍ୟ ସେ ପୁଣି ସ୍ପଷ୍ଟୀକରଣ ରଖିଛନ୍ତି। କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେନେଇ ଚିଠି ବି ହୋଇଥିଲା। ସେମାନେ କୌଣସି କାରଣରୁ ସହଯୋଗ କଲେନି। ଲୋକମାନେ ବୁଝି ସାରିଛନ୍ତି, କିଏ ଲୋକଙ୍କ ପାଇଁ କାମ କରୁଛି ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ।</p>

Related story