ରାଜରାସ୍ତାରେ ନୂଆଖାଇ

Ordigital Desk
• Published: Saturday, 26 August 2017
• , Updated: 26 August 2017, 02:15 PM IST

ଭୁବନେଶ୍ୱର: ଗଣପର୍ବ ନୂଆଖାଇକୁ ନେଇ ସାରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ଥିବା ବେଳେ ଅପରପକ୍ଷରେ ରାଜଧାନୀର ଲୋୟର ପିଏମଜିରେ ପଶ୍ଚିମ ଓଡ଼ିଶାର ଆନ୍ଦୋଳନରତ ଶିକ୍ଷକ ନୂଆଖାଇ ପାଳିଛନ୍ତି। ପରିବାରଠାରୁ ଦୂରରେ ଥିଲେ ମଧ୍ୟ ଆନ୍ଦୋଳନରତ ଶିକ୍ଷକ ସେମାନଙ୍କ ଗଣପର୍ବ ପାଳନ କରିଛନ୍ତି। ନିଜର ଗଣପର୍ବ ପାଳନ କରିବାକୁ ନିଜ ଘରକୁ ନ ଯାଇ ନିଜ ଜିଦରେ ଅଟଳ ରହିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ।

ଗତକାଲି ମଧ୍ୟ ଏହି ଆନ୍ଦୋଳନରତ ଶିକ୍ଷକ ପିଲାଙ୍କ ଶୁଭ ମନାସି ରାସ୍ତାରେ ଅଗ୍ରପୂଜ୍ୟ, ଗଜାନନ ଶ୍ରୀ ଗଣେଶଙ୍କ ପୂଜା କରିଥିଲେ।

ସରକାରଙ୍କ ସହ ଶିକ୍ଷକ ସଂଘର ଆଲୋଚନା ଅସମାପ୍ତ ରହିବା ପରେ ଆନ୍ଦୋଳରତ ଶିକ୍ଷକଙ୍କ ଧାରଣା ୧୧ଦିନରେ ପହଞ୍ଚିଛି। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପୂରଣ ନେଇ ଦୁଇଦିନ ତଳେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା।

୪୮୮ ବର୍ଗର ଶିକ୍ଷକ ସଂଘର ସଭାପତି ପବିତ୍ର ମହଲା କହିଛନ୍ତି,“ପଶ୍ଚିମଓଡ଼ିଶା ବାସୀଙ୍କୁ ମୁଁ ପ୍ରଥମେ ନୂଆଖାଇ ଜୁହାର ଜଣାଉଛି। ଓଡ଼ିଶା ଐତିହ୍ୟ ପରମ୍ପରା  ଓ ରୀତିନୀତି ସହ ଜଡ଼ିତ। ସେଥିପାଇଁ ଗତକାଲି ଶ୍ରୀଗଣେଶ ପୂଜା କରିଥିଲୁ। ଆଜି ପଶ୍ଚିମ ଓଡ଼ିଶାର ଭାଇଭଉଣୀଙ୍କ ମିଶି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ କରିଛୁ। ପଶ୍ଚିମ ଓଡ଼ିଶାର ଭାଇଭଉଣୀମାନେ ନବାନ୍ନ ପ୍ରସ୍ତୁତ କରିଛନ୍ତି।”

ସେ ଆହୁରି କହିଛନ୍ତି,“ ସରକାର ସୋମବାର ସୁଦ୍ଧା ଆମର ଦାବି ନେଇ  କୌଣସି ନୀତିଗତ ନିଷ୍ପତ୍ତି ନ ନେଲେ ଆମର ଏହି ଆନ୍ଦୋଳନ ଗଣ ଆନ୍ଦୋଳନର ରୂପ ନେବ।”

[vc_video link="" align="center"]

Related story