ବ୍ଲଡବ୍ୟାଙ୍କ୍-ବ୍ଳଡବ୍ୟାଙ୍କ୍ ମଧ୍ୟରେ ହୋଇପାରିବ ରକ୍ତ ଅଦଳବଦଳ, ଗାଇଡଲାଇନ୍ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭୁବନେଶ୍ୱର: ଏଣିକି ଗୋଟିଏ ବ୍ଲଡ୍ ବ୍ୟାଙ୍କରୁ ଅନ୍ୟ ବ୍ଲଡ୍ ବ୍ୟାଙ୍କକୁ ରକ୍ତ ଅଦଳବଦଳ ହୋଇପାରିବ। ସେହିପରି ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ପ୍ଲାଜମା କୌଣସି ବ୍ଲଡ ବ୍ୟାଙ୍କରୁ ଆଉ ଟଙ୍କା ଦେଇ କିଣି ପାରିବେନି ଅନ୍ୟ ବ୍ଲଡବ୍ୟାଙ୍କ କର୍ତ୍ତୃପକ୍ଷ। ରକ୍ତ ଏବଂ ଏହାର ଉପାଦନାର ସଠିକ୍ ବ୍ୟବହାର ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଛି ଏଇଭଳି ନୂଆ ଗାଇଡଲାଇନସ୍। ନ୍ୟାସନାଲ୍ ବ୍ଲଡ୍ ଟ୍ରାନସଫ୍ୟୁଜନ୍ କାଉନସିଲର ସୁପାରିଶ ଆଧାରରେ ମନ୍ତ୍ରାଳୟ ଏହି ଗାଇଡଲାଇନସ୍ ଜାରି କରିଛି। ଏଣିକି […]

bloodbank

Rakesh Mallick
  • Published: Tuesday, 20 October 2015
  • , Updated: 20 October 2015, 02:03 PM IST

ଭୁବନେଶ୍ୱର: ଏଣିକି ଗୋଟିଏ ବ୍ଲଡ୍ ବ୍ୟାଙ୍କରୁ ଅନ୍ୟ ବ୍ଲଡ୍ ବ୍ୟାଙ୍କକୁ ରକ୍ତ ଅଦଳବଦଳ ହୋଇପାରିବ। ସେହିପରି ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ପ୍ଲାଜମା କୌଣସି ବ୍ଲଡ ବ୍ୟାଙ୍କରୁ ଆଉ ଟଙ୍କା ଦେଇ କିଣି ପାରିବେନି ଅନ୍ୟ ବ୍ଲଡବ୍ୟାଙ୍କ କର୍ତ୍ତୃପକ୍ଷ। ରକ୍ତ ଏବଂ ଏହାର ଉପାଦନାର ସଠିକ୍ ବ୍ୟବହାର ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଛି ଏଇଭଳି ନୂଆ ଗାଇଡଲାଇନସ୍।

ନ୍ୟାସନାଲ୍ ବ୍ଲଡ୍ ଟ୍ରାନସଫ୍ୟୁଜନ୍ କାଉନସିଲର ସୁପାରିଶ ଆଧାରରେ ମନ୍ତ୍ରାଳୟ ଏହି ଗାଇଡଲାଇନସ୍ ଜାରି କରିଛି। ଏଣିକି ଯେ କୌଣସି ବ୍ଲଡ୍ ବ୍ୟାଙ୍କରୁ ଅନ୍ୟ ବ୍ଲଡ୍ ବ୍ୟାଙ୍କକୁ ରକ୍ତ ଟ୍ରାନସଫର ହୋଇପାରିବ। ଫଳରେ ଆବଶ୍ୟକତା ଅନୁସାରେ ନିଜ ପାଖରେ ବ୍ଲଡ୍ ବ୍ୟାଙ୍କ୍ କର୍ତ୍ତୃପକ୍ଷ ରକ୍ତ ସଂରକ୍ଷିତ ରଖିପାରିବେ। ପୁର୍ବରୁ ଏହି ବ୍ୟବସ୍ଥା ନ ଥିଲା। ସେହିପରି ବ୍ଲଡ୍ ବ୍ୟାଙ୍କଗୁଡିକରେ ଆବଶ୍ୟକୀୟ ସରପ୍ଲସ ପ୍ଲାଜମା ମଧ୍ୟ ଏଣିକି ଅଦଳ ବଦଳ ହୋଇପାରିବ। ପ୍ରତି ଲିଟର ପ୍ଲାଜମାର ମୂଲ୍ୟ ୧୬ ଶହ ଟଙ୍କା ହେବ। କେନ୍ଦ୍ର ସରକାର ସ୍ଥିର କରିଛନ୍ତି ଏହି ଦର। ପ୍ଲାଜମା କ୍ଷେତ୍ରରେ କେବଳ ଅଦଳବଦଳ ବ୍ୟବସ୍ଥା ରହିଛି।

ଏହି ବ୍ୟବସ୍ଥାରୁ ମିଳିବାକୁ ଥିବା ଲାଭଗୁଡ଼ିକ ହେଉଛି:

-ବ୍ଲଡ୍ ବ୍ୟାଙ୍କରେ ରକ୍ତ ଷ୍ଟକ ରହିବା ସହ ରୋଗୀଙ୍କୁ ଶିଘ୍ର ମିଳିବ

-ପ୍ଲାଟିଲେଟ୍ , ପ୍ଲାଜମା, ଡବ୍ଲୁ.ବି.ସି ଏବଂ ଆର.ବି.ସି, ଏହାଭିତରୁ ରୋଗୀଙ୍କ ପାଇଁ ଯାହା ଆବଶ୍ୟକ ସେହି ଉପାଦାନ ବ୍ୟବହାର କରି ଅନ୍ୟ ଉପାଦାନକୁ  ବ୍ଲଡ ବ୍ୟାଙ୍କରେ ଷ୍ଟକ ରଖାଯାଇପାରିବ

Related story