ମାଡ଼ି ଆସୁଛି ବ୍ଲୁ ହ୍ୱେଲ : ହାଇଆଲର୍ଟ ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଘାତକ ସାଜିଥିବା ଅନଲାଇନ୍ ଗେମ୍ ବ୍ଲୁ ହ୍ୱେଲକୁ  ନେଇ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ସୋସିସିଆଲ୍ ମିଡିଆରୁ ଯେପରି ଏହି ଗେମ୍‌ର ଲିଙ୍କ ହଟାଯିବ, ସେଥିପାଇଁ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି କେବି ସିଂ। ଡିଆଇଜି, ଆଇଜି, ଏସପି ଏବଂ ଟ୍ୱିନ୍‌ସିଟି କମିଶନରଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଦିନକୁ ଦିନ ବିପଜ୍ଜନକ ହେବାରେ ଲାଗିଛି  ଏହି ଅନ୍‌ଲାଇନ୍  ଗେମ୍ । […]

dg-odisha

Rakesh Mallick
  • Published: Thursday, 24 August 2017
  • , Updated: 24 August 2017, 09:09 PM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଘାତକ ସାଜିଥିବା ଅନଲାଇନ୍ ଗେମ୍ ବ୍ଲୁ ହ୍ୱେଲକୁ  ନେଇ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ସୋସିସିଆଲ୍ ମିଡିଆରୁ ଯେପରି ଏହି ଗେମ୍‌ର ଲିଙ୍କ ହଟାଯିବ, ସେଥିପାଇଁ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି କେବି ସିଂ। ଡିଆଇଜି, ଆଇଜି, ଏସପି ଏବଂ ଟ୍ୱିନ୍‌ସିଟି କମିଶନରଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ।

ଦିନକୁ ଦିନ ବିପଜ୍ଜନକ ହେବାରେ ଲାଗିଛି  ଏହି ଅନ୍‌ଲାଇନ୍  ଗେମ୍ । ଏହି ଗେମ୍‌ରେ ଯୁବପିଢି ବିଶେଷ କରି ତରୁଣ ଯୁବକ ଯୁବତୀ ଏହାର ଶିକାର ହେଉଛନ୍ତି । ୨୦୧୩ରେ ରୁଷରୁ ଆରମ୍ଭ ହୋଇଥିବା ଏହି  ବ୍ଲୁ ହ୍ୱେଲ ଅନଲାଇନ ଗେମ୍ ଏଯାଏଁ ପୁରା ବିଶ୍ୱରେ ୨୦୦ଜଣଙ୍କ ଜୀବନ ନେଲାଣି। ଭାରତର ଛାତ୍ର ଗୋଷ୍ଠୀ ମଧ୍ୟ ଏହି ଗେମ୍ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।  ଏହାକୁ ଦେଖି ଓଡ଼ିଶା ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ସିବିଏସ୍‌ଇ ମଧ୍ୟ ବ୍ଲୁହ୍ୱେଲ ଗେମ ନେଇ ସତର୍କତା ଜାରି କରିଛିଛି। ଦେଶର ୧୮ହଜାର ସ୍କୁଲରେ  ଏହି ଏନେଇ ନିର୍ଦ୍ଦେନାମା କରାଯାଇଛି। ସ୍କୁଲମାନଙ୍କରେ ବ୍ଲୁହ୍ୱେଲ ଗେମ୍‌କୁ ରୋକିବା ପାଇଁ କମ୍ପ୍ୟୁଟରରେ ଫିଲଟରିଂ, ମନିଟାରିଙ୍ଗ ଓ ଶକ୍ତିଶାଳୀ ଆଣ୍ଟି ଭାଇରସର ବ୍ୟବହାର କରାଯିବ।

Related story