ଅର୍ଥନୀତିକୁ ସଜାଡ଼ିବାକୁ ରାଜ୍ୟ ଯୋଜନା ବୋର୍ଡର ବ୍ଲୁ-ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ସଜାଡ଼ିବା ଓ ଗତିଶୀଳ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ନୋଡାଲ ଏଜେନ୍ସୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦାସବର୍ମା ରାଜ୍ୟର ଅର୍ଥନୀତି ବିଶେଷକରି ଗ୍ରାମୀଣ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ୪ଟି […]

minister

minister

Manoranjan Sial
  • Published: Thursday, 14 May 2020
  • Updated: 14 May 2020, 07:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ସଜାଡ଼ିବା ଓ ଗତିଶୀଳ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ନୋଡାଲ ଏଜେନ୍ସୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦାସବର୍ମା ରାଜ୍ୟର ଅର୍ଥନୀତି ବିଶେଷକରି ଗ୍ରାମୀଣ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ୪ଟି ପ୍ରମୁଖ କ୍ଷେତ୍ର ଉପରେ ବିସ୍ତୃତ ତର୍ଜମା କରି ବିଶେଷଜ୍ଞମାନଙ୍କ ମତାମତ ନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ କହିଛନ୍ତି। କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ଏମଏସଏମଇ, ଜନସ୍ୱାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ର ମାଧ୍ୟମରେ ରାଜ୍ୟର ଅର୍ଥନୀତିକୁ କିଭଳି ଗତିଶୀଳ କରିହେବ ସେ ନେଇ ବୈଜ୍ଞାନିକ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ, ଉଚ୍ଚ ପଦାଧିକାରୀଙ୍କ ମତାମତ ପ୍ରସ୍ତୁତ କରାଯିବ। ବିଶେଷକରି ଏହି ୪ଟି କ୍ଷେତ୍ର ଉପରେ ସମସ୍ତଙ୍କ ସହ ବିଚାରବିମର୍ଶ ଓ ବିସ୍ତୃତ ତର୍ଜମା କରି ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଦ୍ୱାରା ରିପୋର୍ଟ ପ୍ରସ୍ତୁତ କରାଯିବ। ସେହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହିତ ବ୍ୟାପକ ବିଚାରବିମର୍ଶ କରାଯିବ। କରୋନା ପରିସ୍ଥିତିରେ ମଧ୍ୟରେ ଏହି ସମସ୍ତ କ୍ଷେତ୍ରକୁ କିପରି ସଠିକ୍ ପରିଚାଳନା ଓ ମାର୍ଗଦର୍ଶନ କରାଯିବ ତା’ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ।

ଏହି ବୈଠକରେ ଉନ୍ନୟନ କମଶନର ସୁରେଶ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story