ରାଜଧାନୀରେ ପାର୍କିଂ ଫି’: ୪ଘଣ୍ଟା ବାଇକ୍ ରଖିଲେ ୨୫ ଟଙ୍କା, କାରକୁ ୬୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ଏପ୍ରିଲ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ନୂଆ ଦରରେ ପାର୍କିଂ ଫି’ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରାଜଧାନୀବାସୀଙ୍କୁ ସହରର ସବୁ ଅଂଚଳରେ ପାର୍କିଂ ଫି’ ବାବଦରେ ୩ରୁ ୪ଘଣ୍ଟା ପାଇଁ ବାଇକ୍ ନିମନ୍ତେ ୨୫ଟଙ୍କା ଓ କାର ପାଇଁ ୬୦ଟଙ୍କା ଦେବାକୁ ପଡ଼ିବ। ଦେଶର ଟାୟାର-୨ ଶ୍ରେଣୀରେ ଥିବା ସହରଗୁଡ଼ିକରେ […]

Free-parking-applicable-to-theatres-&-hospitals

Free-parking-applicable-to-theatres-&-hospitals

Manoranjan Sial
  • Published: Thursday, 21 January 2021
  • Updated: 21 January 2021, 07:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ଏପ୍ରିଲ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ନୂଆ ଦରରେ ପାର୍କିଂ ଫି’ ଲାଗୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରାଜଧାନୀବାସୀଙ୍କୁ ସହରର ସବୁ ଅଂଚଳରେ ପାର୍କିଂ ଫି’ ବାବଦରେ ୩ରୁ ୪ଘଣ୍ଟା ପାଇଁ ବାଇକ୍ ନିମନ୍ତେ ୨୫ଟଙ୍କା ଓ କାର ପାଇଁ ୬୦ଟଙ୍କା ଦେବାକୁ ପଡ଼ିବ। ଦେଶର ଟାୟାର-୨ ଶ୍ରେଣୀରେ ଥିବା ସହରଗୁଡ଼ିକରେ ବିଏମସିର ଏହି ପାର୍କିଂ ଫି’ ସର୍ବାଧିକ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଏମସି କର୍ତ୍ତୃପକ୍ଷ ରାଜଧାନୀ ଭୁବନେଶ୍ୱର ସହରର ୩୨ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥାକୁ ଘରୋଇ ବ୍ୟକ୍ତିଙ୍କ ହାତରେ ଟେକିଦେବା ନିମନ୍ତେ ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ଦସ୍ତାବିଜ ଅନୁସାରେ, ରାଜଧାନୀର ଯେକୌଣସି ସ୍ଥାନରେ ସର୍ବାଧିକ ୨ଘଣ୍ଟା ବାଇକ ରଖିଲେ ୫ଟଙ୍କା, କାର ପାଇଁ ୨୦ଟଙ୍କା ଓ ୪ଚକିଆ ଭାରିଯାନ ପାଇଁ ୨୫ଟଙ୍କା ଦେବାକୁ ପଡ଼ିବ। ମାତ୍ର ୨ରୁ ୩ ବାଇକ୍ ପାର୍କିଂ କଲେ ୧୫ଟଙ୍କା, ୩ଚକିଆ ଯାନକୁ ୨୦ଟଙ୍କା, ଚାରିଚକିଆ ୪୦ଟଙ୍କା ଓ ଭାରିଯାନ ପାଇଁ ୫୦ଟଙ୍କା ପାର୍କିଂ ଫି’ ଆଦାୟ ହେବ।

ତେବେ ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ହେଲା ୩ରୁ ୪ଘଣ୍ଟା ପାର୍କିଂ ନିମନ୍ତେ ବାଇକ୍ ଚାଳକଙ୍କୁ ୨୫ଟଙ୍କା, ତିନିଚକିଆକୁ ୩୫ଟଙ୍କା, ଚାରିଚକିଆକୁ ୬୦ଟଙ୍କା ଓ ଭାରିଯାନକୁ ୭୫ଟଙ୍କା ଫି’ ଦେବାକୁ ହେବ। ସେହିପରି ୪-୫ଘଣ୍ଟା ପାଇଁ ବାଇକ୍ ଚାଳକଙ୍କୁ ୩୫ଟଙ୍କା, ୩ଚକିଆକୁ ୫୦ଟଙ୍କା, କାରକୁ ୮୦ଟଙ୍କା ଓ ଭାରିଯାନକୁ ୧୦୦ଟଙ୍କା ଫି’ ଦେବାକୁ ପଡ଼ିବ। ୫ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡ଼ିକୁ ଘଣ୍ଟା ପ୍ରତି ଅତିରିକ୍ତ ୨୦ଟଙ୍କା ହିସାବରେ ଦେବାକୁ ପଡ଼ିବ। ଅବଶ୍ୟ ସାଇକେଲ ପାଇଁ କୌଣସି ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ। ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ବ୍ୟବସାୟୀ ଚାହିଁଲେ ମାସିକିଆ ପାଶ ପାଇଁ ୫୦୦ଟଙ୍କା ଓ ୧୫ଦିନ ପାଇଁ ୩୦୦ଟଙ୍କା ଦେଇପାରିବେ।

ତେବେ ପ୍ରଶ୍ନ ଉଠୁଛି, ଦେଶର ରାଜଧାନୀ ଦିଲ୍ଲୀ ଭଳି ମେଟ୍ରୋ ସହରରେ ବାଇକଚାଳକଙ୍କୁ ଘଣ୍ଟାପ୍ରତି ୧୦ଟଙ୍କା ଓ ଗୋଟିଏ ଦିନରେ ସର୍ବାଧିକ ୫୦ଟଙ୍କା ଏବଂ କାର ଚାଳକଙ୍କୁ ଘଣ୍ଟା ପାଇଁ ୨୦ଟଙ୍କା ଓ ସର୍ବାଧିକ ୧୦୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଥିବାବେଳେ କୋଲକାତା ମେଟ୍ରୋ ସହରରେ ଦିନ ୧୦ଟାରୁ ୭ଟା ମଧ୍ୟରେ ବାଇକଚାଳକଙ୍କୁ ୫ଟଙ୍କା ଓ କାରକୁ ୧୦ଟଙ୍କା ପାର୍କିଂ ଫି’ ଏବଂ ରାତିରେ ବାଇକ ପାଇଁ ୧୦ଟଙ୍କା ଓ କାର ପାଇଁ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି।

ଅସରାଏ ବର୍ଷାରେ ଭୁବନେଶ୍ୱର ସହର ଜଳମଗ୍ନ ହେଉଥିବାବେଳେ ସହରତମାମ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ। ତଥାପି ବିଏମସି କର୍ତ୍ତୃପକ୍ଷ ଜୋରଜବରଦସ୍ତି ଲୋକଙ୍କଠୁ ଏତେ ପରିମାଣର ପାର୍କିଂ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେବା ରାଜଧାନୀବାସୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos