‘ସେଲ୍ଫ ଆଇସୋଲେସନରେ ରହିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଅଣ୍ଡରଟେକିଂ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଲକ୍ଷଣ ବିହୀନ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିଲେ ତାଙ୍କ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି  କରିଛି ବିଏମ୍‌ସି।  ଆକ୍ରାନ୍ତ ବସ୍ତିବାସିନ୍ଦା ହୋଇ ନ ଥିବେ ଓ ଘରେ ଆଇସୋଲେସନ ସୁବିଧା ଥିବା ନିହାତି ଜରୁରୀ।  ସେଲ୍ଫ ଆଇସୋଲେସନରେ ରହିବା ନେଇ ଅଣ୍ଡରଟେକିଂ ମଧ୍ୟ ଦେବାକୁ ପଡ଼ିବ । ଆବଶ୍ୟକ ସ୍ଥଳେ BMC ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅନୁମତି ଦେବା ଜରୁରୀ ରହିଛି । HIV […]

corona-2.13-1

Niharika Rout
  • Published: Saturday, 11 July 2020
  • , Updated: 11 July 2020, 07:40 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଲକ୍ଷଣ ବିହୀନ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିଲେ ତାଙ୍କ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି  କରିଛି ବିଏମ୍‌ସି।  ଆକ୍ରାନ୍ତ ବସ୍ତିବାସିନ୍ଦା ହୋଇ ନ ଥିବେ ଓ ଘରେ ଆଇସୋଲେସନ ସୁବିଧା ଥିବା ନିହାତି ଜରୁରୀ।  ସେଲ୍ଫ ଆଇସୋଲେସନରେ ରହିବା ନେଇ ଅଣ୍ଡରଟେକିଂ ମଧ୍ୟ ଦେବାକୁ ପଡ଼ିବ । ଆବଶ୍ୟକ ସ୍ଥଳେ BMC ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅନୁମତି ଦେବା ଜରୁରୀ ରହିଛି ।

HIV କିମ୍ବା କ୍ୟାନ୍ସର ପୀଡ଼ିତ ହୋଇଥିଲେ ହୋମ୍ ଆଇସୋଲେସନକୁ ସମ୍ପୂର୍ଣ୍ଣ ଭାବେ ମନା କରାଯାଇଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ କିମ୍ବା ଉଚ୍ଚ ରକ୍ତଚାପ, ଡାଇବେଟିସ ରୋଗୀମାନେ ହୋମ୍ ଆଇସୋଲେସନରେ  ରହିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ମଧ୍ୟ ସର୍ତ୍ତ ରଖାଯାଇଛି । ଡାଇବେଟିସ ଆଦି ରୋଗ ଥିଲେ ହୋମ ଆଇସୋଲେସନ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁମତି ଜରୁରୀ ରହିଛି।

Related story