ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଏମ୍‌ସି ୱାର୍ଡ ପୁନର୍ଗଠନକୁ ବିରୋଧ କରି ରାଜଧାନୀରେ ମନ୍ତ୍ରୀ ଓ ମେୟରଙ୍କ ଘର ଉପରେ ଚଢ଼ାଉ କଲେ ଲୋକେ। ଆଗକୁ ବିଏମ୍‌ସି ନିର୍ବାଚନ ଥିବାବେଳେ ୪୩ ନମ୍ବର ୱାର୍ଡ ପୁନର୍ଗଠନକୁ ବିରୋଧ କରି ଲକ୍ଷ୍ମୀସାଗର ବାସିନ୍ଦା ଏବଂ ସ୍ଥାନୀୟ କର୍ପୋରେଟର ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିଥିଲେ।</p> <p>ଲୋକଙ୍କ ଅଭିଯୋଗ, ପୂର୍ବରୁ ୪୩ ନମ୍ବର ୱାର୍ଡରେ ଥିବା ବଡ଼ପୋଖରୀ ଓ ସନ୍ତୋଷୀ ବିହାର ଅଞ୍ଚଳକୁ ୪୯ ନମ୍ବର ୱାର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ବିରୋଧ କରିଛନ୍ତି ଲୋକେ ସ୍ଥାନୀୟ ଲୋକ। କର୍ପୋରେଟରଙ୍କ ଅଭିଯୋଗ ୪୩ ନମ୍ବର ୱାର୍ଡକୁ ସଙ୍କୁଚିତ କରାଯାଉଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।