ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଲାଗିଥିବା କଟକଣା କୋହଳ କଲା ବିଏମ୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦିରେ ଅତିଥିଙ୍କ ସଂଖ୍ୟା ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ପୁଣି ଏହି ସବୁ କାର୍ଯ୍ୟକ୍ରମରେ ୨୫୦ ଜଣ ଅତିଥି ଯୋଗ ଦେଇପାରିବେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଚଳିତ ମାସ ୪ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୫୦ରୁ ଅଧିକ ଲୋକଙ୍କ […]

BMC

BMC

Jitendra Garnayak
  • Published: Saturday, 30 October 2021
  • Updated: 30 October 2021, 04:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦିରେ ଅତିଥିଙ୍କ ସଂଖ୍ୟା ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ପୁଣି ଏହି ସବୁ କାର୍ଯ୍ୟକ୍ରମରେ ୨୫୦ ଜଣ ଅତିଥି ଯୋଗ ଦେଇପାରିବେ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଚଳିତ ମାସ ୪ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୫୦ରୁ ଅଧିକ ଲୋକଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଥିଲା।

ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ବିଏମ୍‌ସି କର୍ତ୍ତୃପକ୍ଷ ୪ ତାରିଖରେ ଜାରି କରିଥିବା ତାଙ୍କର ସେହି ନିର୍ଦ୍ଦେଶନାମାକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି। ଏହା ସହିତ ବିଏମ୍‌ସି ଅଞ୍ଚଳରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟକ୍ରମରେ ପୂର୍ବରୁ ସରକାର ଜାରି କରିଥିବା ନିୟମ ଅନୁଯାୟୀ ଅତିଥି ଉପସ୍ଥିତ ରହିପାରିବେ ବୋଲି କୁହାଯାଇଛି। ତେବେ ଏହା ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos