ସମୁଦ୍ରରେ ଆସିଥିବା ଶ୍ରମିକ ଫସିଗଲେ, ନୌକା ସିଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ର ପଥ ଦେଇ ଶ୍ରମିକମାନେ ଚେନ୍ନାଇରୁ ଗଞ୍ଜାମ ଡଙ୍ଗାରେ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ଘଟଣାରେ ସମ୍ପୃକ୍ତ ଡଙ୍ଗା ଜବତ ହୋଇଛି।  ଏଭଳି ପରିସ୍ଥିତି ଆଗରୁ ଉପୁଜି ନଥିଲା।  ଜଙ୍ଗଲ ଓ ପାହାଡ ଦେଇ ମଧ୍ୟ ଲୋକ ଆସୁଛନ୍ତି  । ଏପରି ବିପଜ୍ଜନକ ଭାବେ କେହି ଆସିବା କଥା ନୁହେଁ। ପୁଣି ଯଦି କେହି ଆସନ୍ତି, ତାହାଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି […]

h-908

h-908

Tapas Behera
  • Published: Sunday, 26 April 2020
  • Updated: 26 April 2020, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ର ପଥ ଦେଇ ଶ୍ରମିକମାନେ ଚେନ୍ନାଇରୁ ଗଞ୍ଜାମ ଡଙ୍ଗାରେ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ଘଟଣାରେ ସମ୍ପୃକ୍ତ ଡଙ୍ଗା ଜବତ ହୋଇଛି।  ଏଭଳି ପରିସ୍ଥିତି ଆଗରୁ ଉପୁଜି ନଥିଲା।  ଜଙ୍ଗଲ ଓ ପାହାଡ ଦେଇ ମଧ୍ୟ ଲୋକ ଆସୁଛନ୍ତି  । ଏପରି ବିପଜ୍ଜନକ ଭାବେ କେହି ଆସିବା କଥା ନୁହେଁ। ପୁଣି ଯଦି କେହି ଆସନ୍ତି, ତାହାଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ଏପଟେ ରେଲେୱେ ଆଣ୍ଡ କୋଷ୍ଟାଲ ସିକ୍ୟୁୟରିଟି ଏଡିଜିପି ପ୍ରଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ଯେଉଁମାନେ ସମୁଦ୍ର ପଥରେ ଆସିବେ ସେମାନଙ୍କୁ ସାମୁଦ୍ରିକ ଥାନା ପୋଲିସ ସହାୟତାରେ ଧରାଯାଇ କ୍ୱାରେଣ୍ଟେଇନକୁ ପଠାଯିବ।

ଗତକାଲି ଗଞ୍ଜାମ ଜିଲ୍ଲା ଓ ଆନ୍ଧ୍ରର ୩୮ ଜଣ ଶ୍ରମିକ ୨ ଲକ୍ଷ ଟଙ୍କାରେ ଡଙ୍ଗା କିଣି ସମୁଦ୍ର ପଥରେ ଚେନ୍ନାଇରୁ ଆସି ଗଞ୍ଜାମ ଜିଲ୍ଲା ପାତି ସୋନପୁରରେ ପହଞ୍ଚିଥିଲେ।  ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ନିଜ ହେପାଜତରେ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos