କାଳ ହେଲା ପିକନିକ୍‌: ଡଙ୍ଗା ବୁଡ଼ି ଜଣେ ମୃତ, ୭ ନିଖୋଜ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ମହାନଦୀ ମୁହାଣରେ ଏହି ଦୁର୍ଘଟଣା ଘଟିଛି। ହୁକିଟୋଲା ବତୀଘର ଠାରୁ ପିକ୍‌ନିକ୍‌ ସାରି ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ପାରାଦୀପର କୁଜଙ୍ଗ ଅଞ୍ଚଳରୁ କିଛି ବ୍ୟକ୍ତି ପିକ୍‌ନିକ୍‌ କରିବାକୁ ହୁକିଟୋଲା ଯାଇଥିଲେ। ତେବେ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଛି। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଉଦ୍ଧାର […]

hh-1

Tapas Behera
  • Published: Wednesday, 02 January 2019
  • , Updated: 02 January 2019, 10:34 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ମହାନଦୀ ମୁହାଣରେ ଏହି ଦୁର୍ଘଟଣା ଘଟିଛି। ହୁକିଟୋଲା ବତୀଘର ଠାରୁ ପିକ୍‌ନିକ୍‌ ସାରି ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା।

ପାରାଦୀପର କୁଜଙ୍ଗ ଅଞ୍ଚଳରୁ କିଛି ବ୍ୟକ୍ତି ପିକ୍‌ନିକ୍‌ କରିବାକୁ ହୁକିଟୋଲା ଯାଇଥିଲେ। ତେବେ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଛି। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛି। ମାର୍ଶାଘାଇ, ମହାକାଳପଡ଼ା ଓ କେନ୍ଦ୍ରାପଡ଼ାର ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱତ କରିବାରୁ କଟକରୁ ଓଡ୍ରାଫ ଟିମ୍‌କୁ ଡକାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି।

ଡଙ୍ଗା ବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Related story