ଧର୍ମେନ୍ଦ୍ରଙ୍କ ଟ୍ୱିଟ ପରେ ବିଳି ବିଳେଇଲେ ବବି, କହିଲେ-ଆମେ ନୁହେଁ, ବିଜେପି ଘଟାଉଛି ହିଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଥିବା ବେଳେ ଏହାକୁ ସହଜେ ହଜମ କରିପାରୁ ନାହିଁ ବିଜେଡି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଘଟିଥିବା ବେଳେ ଶାସକ ଦଳକୁ ସିଧାସଳଖ ଟାର୍ଗେଟ କରିଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ହେଲେ ହିଂସାକାଣ୍ଡ ବିଜେଡି ନୁହେଁ ବିଜେପି ଘଟାଉଛି ବୋଲି କହି ନିଜ ଉପରୁ ସବୁ ଦୋଷକୁ ଝାଡ଼ି ଦେଇଛି ବିଜେଡି। ଧର୍ମେନ୍ଦ୍ର […]

bjd-bjp

Niharika Rout
  • Published: Thursday, 17 February 2022
  • , Updated: 17 February 2022, 01:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଥିବା ବେଳେ ଏହାକୁ ସହଜେ ହଜମ କରିପାରୁ ନାହିଁ ବିଜେଡି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଘଟିଥିବା ବେଳେ ଶାସକ ଦଳକୁ ସିଧାସଳଖ ଟାର୍ଗେଟ କରିଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ହେଲେ ହିଂସାକାଣ୍ଡ ବିଜେଡି ନୁହେଁ ବିଜେପି ଘଟାଉଛି ବୋଲି କହି ନିଜ ଉପରୁ ସବୁ ଦୋଷକୁ ଝାଡ଼ି ଦେଇଛି ବିଜେଡି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିବାକୁ ଯାଇ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ହାରିବା ଭୟରେ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ହିଂସା କରୁଛି  । ବିଜେଡି ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ଗଣତନ୍ତ୍ରକୁ ସୁଦୃଢ କରାଯାଇପାରିବ । ଏହାବାଦ ଗଣତନ୍ତ୍ରର ମହାନ ପର୍ବରେ ବ୍ୟାଘାତ ଆସିବା ଅନୁଚିତ ବୋଲି ଗତକାଲି ସେ ବିଜେପି ବିଧାୟକ ଓ ସାଂସଦଙ୍କ ହିଂସା ପ୍ରସଙ୍ଗ ଉଠାଇ ଜବାବ ଦେଇଛନ୍ତି।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗତକାଲି ପ୍ରଥମ ଚରଣ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିଲା।  ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଶାସକ ଦଳକୁ ଟାର୍ଗେଟ୍ କରିଥିଲେ । ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଥିଲେ, ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତୃଣମୂଳ ସ୍ତରରେ ଭୋଟ୍ ଦେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖା ଦେଇଛି। ଏହା ଆମର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ। କିନ୍ତୁ  ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଯାହାକି ଚିନ୍ତାଜନକ ଓ ଦୁଃଖଦାୟକ।

Related story