ଜୟପୁର(ଟି.ଗୌରୀଶଙ୍କର): ରେଳ ଧାରଣାରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାରକରାଯାଇଛି। କୋରାପୁଟ ଜିଲ୍ଲା କୁସୁମି ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଏହି ମୃତଦେହ ମିଳିଛି। ମୃତ ଯୁବକଯୁବତୀ ସ୍ଥାନୀୟ ମୁଣ୍ଡିପଦର ଗାଁର। ସେମାନେ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି କି ହତ୍ୟା କରାଯାଇଛି, ସ୍ପଷ୍ଟ ହୋଇ ନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।
ଗତକାଲି ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଟଏଲେଟରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଥିଲା। ମହିଳାଙ୍କୁ କେହି ହତ୍ୟା କରି ଟଏଲେଟରେ ପକାଇ ଦେଇଥିବା ସନ୍ଦେହ କରାଯାଉଥିଲା। ସେହିପରି ପୁରୀ ଡେଲାଙ୍ଗ ଗାନ୍ଧୀପୀଠ ରେଲୱେ ଫାଟକ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ଉଦ୍ଧାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।