ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁଧାବିରୁ ଫେରିଲା ଓଡ଼ିଆ ଯୁବକଙ୍କ ମର ଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁଧାବିରେ ଫସିଥିବା ମୃତ ଓଡ଼ିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମର ଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ମର ଶରୀର ଫେରାଇ ଆଣିବା ପାଇଁ ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରିବା ସହ ଏକ ପତ୍ର ଲେଖି ଶ୍ରୀପଣ୍ଡା ନିବେଦନ କରିଥିଲେ। ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ପାଲପାଟଣା ଗ୍ରାମର ସଚିନ୍ଦ୍ର ମଲ୍ଲିକଙ୍କ […]

dead-body

dead-body

Niranjan Mishra
  • Published: Saturday, 06 August 2022
  • Updated: 06 August 2022, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁଧାବିରେ ଫସିଥିବା ମୃତ ଓଡ଼ିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମର ଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ମର ଶରୀର ଫେରାଇ ଆଣିବା ପାଇଁ ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରିବା ସହ ଏକ ପତ୍ର ଲେଖି ଶ୍ରୀପଣ୍ଡା ନିବେଦନ କରିଥିଲେ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ପାଲପାଟଣା ଗ୍ରାମର ସଚିନ୍ଦ୍ର ମଲ୍ଲିକଙ୍କ ପୁଅ କାଳନ୍ଦୀ ମଲ୍ଲୀକ ଆବୁଧାବିରେ ୨୦୧୮ ମସିହାରୁ ପାଇପ୍ ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ଚଳିତ ମାସ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ମୃତ୍ୟୁର କାରଣ ଜଣାଇ ନ ଥିଲେ। ଦୁବାଇରେ କାମ କରୁଥିବା କାଳନ୍ଦୀଙ୍କ ଭାଇ ବଳରାମ ମଲ୍ଲିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କାଳନ୍ଦୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ମରଶରୀରକୁ ଘରକୁ ପଠାଇବା ସହ ବକେୟା ବେତନ ଦେବାକୁ ତାଙ୍କ ଭାଇ ବଳରାମ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଏନେଇ ପରିବାର ଲୋକେ ଅଭିଯୋଗ କରିବା ସହ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।

ଶେଷରେ ନିରୂପାୟ ହୋଇ କାଳନ୍ଦୀଙ୍କ ପରିବାର ଲୋକ ମରଶରୀରକୁ ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅନୁରୋଧ କ୍ରମେ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ କାଗଜପତ୍ର ଯୋଗାଇ ଦିଆଯାଇଥିଲା। ଶେଷରେ ଆଜି ମରଶରୀର ଓଡ଼ିଶାରେ ପହଞ୍ଚିଛି। ଭୁବନେଶ୍ୱର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହି ଘଟଣାରେ ଶ୍ରୀପଣ୍ଡା ତ୍ୱରିତ ହସ୍ତକ୍ଷେପ ନେଇ ମର ଶରୀର ଫେରାଇ ଆଣିଥିବାରୁ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି। ସେପଟେ ରାଷ୍ଟ୍ରଦୂତଙ୍କ ତ୍ୱରିତ ପଦକ୍ଷେପ ପାଇଁ ଶ୍ରୀପଣ୍ଡା ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos