ହତ୍ୟା ନା ଆତ୍ମହତ୍ୟା, ରହସ୍ୟ ଖୋଲିବ ସୁଇସାଇଡ୍‌ ନୋଟ୍‌

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ ଭାବେ ପରିଚିତ କୋଇଡ଼ାରେ ଆଜି ଏକ ଛାତି ଥରାଇଦେଲା ପରି ଘଟଣା ଘଟିଛି। ଘର ଭିତରେ ମାଆ ଓ ୩ ବର୍ଷର ଝିଅଙ୍କ ମୃତଦେହ ପଡ଼ିଥିବା ବେଳେ ଜଙ୍ଗଲରେ ଝୁଲିଛି ବାପାର ମୃତଦେହ।  ଉଭୟ ସ୍ଥାନରୁ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ିନାହିଁ। ପୁଲିସ ଘରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌କୁ ନେଇ ଛାନ୍‌ଭିନ୍‌ ଚଳାଇଛି। […]

child

child

Manoranjan Sial
  • Published: Thursday, 29 April 2021
  • Updated: 29 April 2021, 05:30 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ ଭାବେ ପରିଚିତ କୋଇଡ଼ାରେ ଆଜି ଏକ ଛାତି ଥରାଇଦେଲା ପରି ଘଟଣା ଘଟିଛି। ଘର ଭିତରେ ମାଆ ଓ ୩ ବର୍ଷର ଝିଅଙ୍କ ମୃତଦେହ ପଡ଼ିଥିବା ବେଳେ ଜଙ୍ଗଲରେ ଝୁଲିଛି ବାପାର ମୃତଦେହ।  ଉଭୟ ସ୍ଥାନରୁ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ିନାହିଁ। ପୁଲିସ ଘରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌କୁ ନେଇ ଛାନ୍‌ଭିନ୍‌ ଚଳାଇଛି।

ପୂରା ଘଟଣାଟି ଏମିତି। ଜଗତସିଂହପୁର ଅଞ୍ଚଳର ପ୍ରହଲ୍ଲାଦ ସାହାଣୀ, ତାଙ୍କ ପତ୍ନୀ ରଞ୍ଜିତା ଓ ୩ ବର୍ଷର ଝିଅ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ମସଜିଦ ଗଳିରେ ଭଡ଼ା ଘରେ ରହୁଥିଲେ। ପ୍ରହଲ୍ଲାଦ ମୂଲ ମଜୁରି ଲାଗି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମଙ୍ଗଳବାର ଦିନ କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବୁଧବାର ଘରୁ କାମରେ ଯାଇଥିଲେ ପ୍ରହଲ୍ଲାଦ। ହେଲେ ଆଉ ଘରକୁ ଫେରିନଥିଲେ। ଏପରିକି ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ଯାହାକୁ ନେଇ ରଞ୍ଜିତା ଚିନ୍ତିତ ଥିଲେ।

ଆଜି ସକାଳେ ରଞ୍ଜିତା ଦୀର୍ଘ ସମୟ ଧରି କବାଟ ଖୋଲି ନଥିଲେ। ପଡ଼ୋଶୀଙ୍କ ମନରେ ସନ୍ଦେହ ହେବାରୁ କୋଇଡ଼ା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ରଞ୍ଜିତା ଓ ତାଙ୍କ ଝିଅର ମୃତଦେହ ଜବତ କରିଥିଲେ। ରଞ୍ଜିତାଙ୍କ ମୃତଦେହ ପଙ୍ଖାରେ ଝୁଲିଥିବା ବେଳେ ୩ ବର୍ଷର ଝିଅର ମୃତଦେହ ବେଡ୍‌ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ମାଆ-ଝିଅଙ୍କ ମୃତଦେହ ସହ ଏକ ସାଇସାଇଡାଲ୍‌ ନୋଟ୍‌ ଜବତ କରିଛି। ତେବେ ଏହି ହାତ ଲେଖାଟି ରଞ୍ଜିତାର ବୋଲି ସନ୍ଦେହ କରାଯାଉଛି। ସେଥିରେ ଘର ମୃତ୍ୟୁ ପାଇଁ ଘର ମାଲିକକୁ ଦାୟୀ କରାଯାଇଛି।

ସେପଟେ ଘରଠାର ଅନେକ ଦୂରରେ ଅର୍ଥାତ କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳର ଜଙ୍ଗଲରେ ପ୍ରହଲ୍ଲାଦଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ପାରିବାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। କାରଣ ମୃତକଙ୍କ ଆଣ୍ଠୁ ଭୂମିରେ ଲାଗିଥିବା ଦେଖିବାକୁ ମିଳିଛି। କୋଇଡା ଓ ରୁଗୁଡି ଥାନା ପୁଲିସ ପୃଥ୍‌କ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ କୋଇଡ଼ା ପୁଲିସ ଘର ମାଲିକକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos