ଭଡ଼ା ଘରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ବେଲତଳ ଗାଁରୁ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସରୋଜିନୀ ଦାସ। ସେ ରମାଦେବୀ ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲା ଇଟାପଡ଼ା ଗାଁରେ। ବେଲତଳରେ ସେ ଏକ ଭଡ଼ା ଘରେ ରହୁଥିଲେ। ଘର ମାଲିକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସରୋଜିନୀ ଅନ୍ୟମନସ୍କ ଦେଖା ଯାଉଥିଲେ। କାହା ସହିତ କଥା ହେଉ […]

suicide

Jitendra Garnayak
  • Published: Tuesday, 05 March 2019
  • , Updated: 05 March 2019, 10:30 AM IST

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ବେଲତଳ ଗାଁରୁ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସରୋଜିନୀ ଦାସ। ସେ ରମାଦେବୀ ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲା ଇଟାପଡ଼ା ଗାଁରେ। ବେଲତଳରେ ସେ ଏକ ଭଡ଼ା ଘରେ ରହୁଥିଲେ।

ଘର ମାଲିକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସରୋଜିନୀ ଅନ୍ୟମନସ୍କ ଦେଖା ଯାଉଥିଲେ। କାହା ସହିତ କଥା ହେଉ ନ ଥିଲେ। ସେ କିଛି ଖାଇ ନ ଥିଲେ। ତେବେ ଦୀର୍ଘ ସମୟ କବାଟ ବନ୍ଦ କରି ରହିବାରୁ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ରାତି ପ୍ରାୟ ୧୧ଟା ବେଳେ ସେ ସରୋଜିନୀଙ୍କ ରୁମ୍‌ର କବାଟ ବାଡ଼େଇ ଥିଲେ। ତେବେ ସେ କିଛି ଉତ୍ତର ନ ଦେବାରୁ ସଙ୍ଗେ ସଙ୍ଗେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଖବର ପାଇ ସେଠାରେ ପହଞ୍ଚିଥିଲା ଓ ସରୋଜିନୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲା। ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଘରକୁ ଖବର ଦିଆଯାଇଥିଲା।

ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story