ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିଲେ ଯୁବତୀ, ଝୁଲି ପଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ ରହୁଥିଲେ। ହଠାତ୍‌ କ’ଣ ହେଲା ଯେ ନିଜ ଆପାର୍ଟମେଣ୍ଟରେ ଝୁଲି ପଡ଼ିଲେ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱରରେ ଏକ ପ୍ରିଣ୍ଟିଂ କମ୍ପାନୀର ମାଲିକାଣୀ ହେଉଛନ୍ତି ସୁଜାତା ରଥ। ସେ ପାହାଳ ଥାନା ଅଞ୍ଚଳର ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେହି ଆପାର୍ଟମେଣ୍ଟରେ ସୁଜାତାଙ୍କ ବାପା-ମାଆ ରହୁଥିଲେ ମଧ୍ୟ ସେ ଅଲଗା ଫ୍ଲୋର୍‌ରେ ରହୁଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିଲେ।

ତିନି ଦିନ ତଳେ ସୁଜାତାଙ୍କ ପୁରୁଷ ବନ୍ଧୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ପୁରୁଷ ବନ୍ଧୁଙ୍କ ଅନୁପସ୍ଥିତିରେ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିଲେ ସୁଜାତା। ତେବେ ହଠାତ୍‌ କ’ଣ ହେଲା ଯେ ଆତ୍ମହତ୍ୟା କଲେ ସୁଜାତା? ନିଜ ଘରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି, ଶେଷ ଥର ପାଇଁ ସୁଜାତାଙ୍କ ପାଖକୁ ଏକ ଫୋନ୍‌ କଲ ଆସିଥିଲା। ସୁଜାତାଙ୍କ ପାଖକୁ ତାଙ୍କ ପୁରୁଷ ବନ୍ଧୁ ଫୋନ୍‌ କରିଥିବା ଆଲୋଚନା ହେଉଛି। ଏହା ପରେ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ସେପଟେ ପାହାଳ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କମିଶନରେଟ୍‌ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।