ଗୋଟିଏ ଘରେ ରହୁଥିଲେ, ମୁହଁ ଲୁଚାଇ ଯାଉଥିଲେ! ଆଜି ମିଳିଲା ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଘରେ ରହୁଥିଲେ। ଘରୁ ବାହାରିଲା ବେଳେ ମୁହଁ ଢ଼ାଙ୍କି ଯାଉଥିଲେ! ପଡ଼ୋଶୀଙ୍କ ସହ କଥା ହେଉନଥିଲେ। ସବୁବେଳେ ଘର ଭିତରେ ତାଲା ପକାଇ ରହୁଥିଲେ। ହେଲେ ଆଜି ଘରେ ନଥିଲେ ଯୁବକ। କିନ୍ତୁ ଘର ଭିତରେ ପଡ଼ିଥିଲା ଯୁବତୀଙ୍କ ମୃତଦେହ। ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏହା ହତ୍ୟା ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ କମିଶନରେଟ୍‌ ପୁଲିସ ଏନେଇ ମୁହଁ ଖୋଲିନାହିଁ। ପୂରା ଘଟଣାଟି ଏମିତି। […]

Woman

Woman

Manoranjan Sial
  • Published: Tuesday, 07 September 2021
  • Updated: 07 September 2021, 07:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଘରେ ରହୁଥିଲେ। ଘରୁ ବାହାରିଲା ବେଳେ ମୁହଁ ଢ଼ାଙ୍କି ଯାଉଥିଲେ! ପଡ଼ୋଶୀଙ୍କ ସହ କଥା ହେଉନଥିଲେ। ସବୁବେଳେ ଘର ଭିତରେ ତାଲା ପକାଇ ରହୁଥିଲେ। ହେଲେ ଆଜି ଘରେ ନଥିଲେ ଯୁବକ। କିନ୍ତୁ ଘର ଭିତରେ ପଡ଼ିଥିଲା ଯୁବତୀଙ୍କ ମୃତଦେହ। ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏହା ହତ୍ୟା ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ କମିଶନରେଟ୍‌ ପୁଲିସ ଏନେଇ ମୁହଁ ଖୋଲିନାହିଁ।

ପୂରା ଘଟଣାଟି ଏମିତି। ୧୦ ଦିନ ତଳେ ଭୁବନେଶ୍ୱର ରୁଚିକା ମହାବୀର ବସ୍ତିରେ ଘର ଭଡ଼ା ନେଇ ଜଣେ ଯୁବକ ଓ ଯୁବତୀ ରହୁଥିଲେ। ରହିବା ସମୟରେ ଆଧାରକାର୍ଡ଼ ବା ଭୋଟର ପରିଚୟପତ୍ର ଦେବାକୁ ଘର ମାଲିକ କହିଥିଲେ। ମାତ୍ର ସେମାନେ ଆଜି କାଲି କହି ଦେଉନଥିଲେ। ସେମାନେ ପରିଚୟପତ୍ର ଦେଇନଥିବାରୁ ସେମାନଙ୍କ ନାଁ ଜାଣିନାହିଁ ବୋଲି ଘର ମାଲିକ କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘରେ ରହୁଥିବା ଯୁବତୀ ଜଣକ ସବୁବେଳେ ମୁହଁ ଘୋଡ଼ାଇ ଯିବାଆସିବା କରୁଥିଲେ। କାହା ସହିତ କଥା ହେଉନଥିଲେ। ସେମାନେ ତାଙ୍କ ଘରେ ତାଲା ପକାଇ ରହୁଥିଲେ। ତେବେ ଗତ ୪ରୁ ୫ ଦିନ ହେଲା କେହି ଯିବା ଆସିବା କରୁନଥିଲେ। ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା।

ତେବେ ଆଜି ଘର ଭିତରୁ ପଚା ଗନ୍ଧ ବାହାରିଥିଲା। ଏନେଇ ପଡ଼ୋଶୀମାନେ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ଏନେଇ ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ତାଲା ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ହତ୍ୟାକାଣ୍ଡ ହୋଇଥାଇପାରେ। ଯଦି ହତ୍ୟାକାଣ୍ଡ ନୁହେଁ, ତାହାହେଲେ ଯୁବତୀଙ୍କ ସଙ୍ଗେ ରହୁଥିବା ଯୁବକ ଜଣକ ଗଲେ କୁଆଡ଼େ? ବାହାର ପାର୍ଶ୍ୱରୁ ଘରେ କାହିଁ ତାଲା ପଡ଼ିଛି? ଏମିତି ଅନେକ ପ୍ରଶ୍ନ ଜାଲ ଭିତରେ କମିଶନରେଟ୍‌ ପୁଲିସ ଛନ୍ଦି ହୋଇ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story