‘ଧନରେ କୁଆଡ଼େ ଗଲୁ, ମୋ କୋଳକୁ ଫେରିଆସ’

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ‘ମୋ ଛୁଆକୁ ପିଟି ପିଟି ମାରି ଦେଇ ଫୋପାଡ଼ି ଦେଲେ। ମୋ ପୁଅ ଷ୍ଟାଇଲ କରି ଚୁଟି କାଟିଥିବାରୁ ଶିକ୍ଷକ ତାକୁ ପିଟିଥିଲେ। ଶିକ୍ଷକମାନେ ପିଟିଥିବା ମୋ ଛୁଆ ମୋତେ କହିଥିଲା। ସେମାନେ ମୋ ଛୁଆକୁ ମାରି ଦେଇଛନ୍ତି। ମୋ ପୁଅକୁ ମୋତେ ଫେରାର ଦିଅ।’ କାନ୍ଦି କାନ୍ଦି ଏପରି କହିଛନ୍ତି ମୃତ ଛାତ୍ରଙ୍କ ବାପା। ସେପଟେ ମା’ ମଧ୍ୟ ପୁଅକୁ ହରାଇ ଧୈର୍ଯ୍ୟହରା ହୋଇପଡ଼ିଛି। ‘ଧନରେ କୁଆଡ଼େ ଗଲୁ, ମୋ ପାଖକୁ ଫେରି […]

sudargrah

  • Published: Tuesday, 02 August 2022
  • , Updated: 02 August 2022, 01:20 PM IST

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ‘ମୋ ଛୁଆକୁ ପିଟି ପିଟି ମାରି ଦେଇ ଫୋପାଡ଼ି ଦେଲେ। ମୋ ପୁଅ ଷ୍ଟାଇଲ କରି ଚୁଟି କାଟିଥିବାରୁ ଶିକ୍ଷକ ତାକୁ ପିଟିଥିଲେ। ଶିକ୍ଷକମାନେ ପିଟିଥିବା ମୋ ଛୁଆ ମୋତେ କହିଥିଲା। ସେମାନେ ମୋ ଛୁଆକୁ ମାରି ଦେଇଛନ୍ତି। ମୋ ପୁଅକୁ ମୋତେ ଫେରାର ଦିଅ।’ କାନ୍ଦି କାନ୍ଦି ଏପରି କହିଛନ୍ତି ମୃତ ଛାତ୍ରଙ୍କ ବାପା।

ସେପଟେ ମା’ ମଧ୍ୟ ପୁଅକୁ ହରାଇ ଧୈର୍ଯ୍ୟହରା ହୋଇପଡ଼ିଛି। ‘ଧନରେ କୁଆଡ଼େ ଗଲୁ, ମୋ ପାଖକୁ ଫେରି ଆସ’ ବୋଲି କହି କାନ୍ଦି କାନ୍ଦି ଗଡ଼ିଯାଉଛି। ପୁଅର ମୃତଦେହ ସ୍କୁଲ ପଛପଟୁ ମିଳିବା ପରେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ବାପାମା’। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଗର୍ଜନବାହାଲ ହାଇସ୍କୁଲରେ।

ମୃତ ଛାତ୍ର ଜଣଙ୍କ ଦୁର୍ଗାପ୍ରସାଦ ଖଣ୍ଡା। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଦୁର୍ଗାପ୍ରସାଦଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟ ଗୁମେଡେରାରେ ବୋଲି ଜଣାଯାଇଛି। ସେ ହେମଗିର ଥାନା ଅନ୍ତର୍ଗତ ଗର୍ଜନବାହାଲ ହାଇସ୍କୁଲର ହଷ୍ଟେଲରେ ରହି ପାଠ ପଢ଼ୁଥିଲେ।

ଗତକାଲି ରାତିରେ ଦୁର୍ଗାପ୍ରସାଦ ହଷ୍ଟେଲର ଉପସ୍ଥାନ ପକାଯିବା ବେଳେ ଉପସ୍ଥିତ ନଥିଲେ। ଏନେଇ ହଷ୍ଟେଲ ୱାର୍ଡେନ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଦୁର୍ଗାପ୍ରସାଦଙ୍କୁ ସମସ୍ତେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏନେଇ ଦୁର୍ଗା ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଜଣାଇଥିଲେ। ଆଜି ସକାଳେ ସ୍କୁଲ ପଛ ପଟେ  ଥିବା କୁସୁମ ଗଛ ତଳୁ ଦୁର୍ଗାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ତେବେ କେଉଁ ପରିସ୍ଥିତିରେ ଛାତ୍ର ଜଣକ ସେ ସ୍ଥାନକୁ ଗଲେ, ତାଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ଅଛି ସେନେଇ ସ୍ପଷ୍ଟ ହୋଇ ନାହିଁ। ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ମୃତ ଛାତ୍ରଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଛାତ୍ର ଜଣଙ୍କ କୁସୁମ ତୋଳିବାକୁ ଯାଇଥିବା ବେଳେ ସେହି ଗଛ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

Related story