ଶ୍ରାବଣ ମାସ ଶେଷ ସୋମବାରରେ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରି ନିଜ ମନୋସ୍କାମନା ପୂରଣ କରିବା ପାଇଁ ଶୈବପୀଠ ଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଲାଗିଛି।
ଆଜି ଶ୍ରାବଣର ଶେଷ ସୋମବାର ଥିବାରୁ ପୂର୍ବ ତିନି ପାଳି ଅପେକ୍ଷା ଅଧିକ ବୋଲବମ୍ ଭକ୍ତଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କାଉଡ଼ିଆମାନେ କିପରି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ସେନେଇ ମନ୍ଦିର ପ୍ରଶାସନଗୁଡ଼ିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।