ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଯୁବତୀ ଗିରଫ

ବଲାଙ୍ଗିର: ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତି ଅଭିଯୋଗରେ ବଲାଙ୍ଗିର ସରକାରୀ ବସ୍‌ଷ୍ଟାଣ୍ଡରୁ ୪ ଜଣ ଯୁବତୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପ୍ରାୟ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ କହିଛି। ଆଜି ସକାଳ ପ୍ରାୟ ଛଅଟା ବେଳେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏହି ଯୁବତୀମାନଙ୍କୁ ବଲାଙ୍ଗିର ସରକାରୀ ବସ୍‌ଷ୍ଟାଣ୍ଡରେ ପୋଲିସ୍ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଜବତ କରାଯିବା ସହ […]

women

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 11:13 AM IST

ବଲାଙ୍ଗିର: ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତି ଅଭିଯୋଗରେ ବଲାଙ୍ଗିର ସରକାରୀ ବସ୍‌ଷ୍ଟାଣ୍ଡରୁ ୪ ଜଣ ଯୁବତୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପ୍ରାୟ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ କହିଛି।

ଆଜି ସକାଳ ପ୍ରାୟ ଛଅଟା ବେଳେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏହି ଯୁବତୀମାନଙ୍କୁ ବଲାଙ୍ଗିର ସରକାରୀ ବସ୍‌ଷ୍ଟାଣ୍ଡରେ ପୋଲିସ୍ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଜବତ କରାଯିବା ସହ ୪ ଯୁବତୀଙ୍କୁ ପୋଲିସ୍ ଗିରଫ କରିଥିଲା।

Related story