ବଲାଙ୍ଗିର: ରାଘବପାଲି ଯୁବକଙ୍କ ହାତକଟା ଘଟଣାରେ ଆଉ ୩ ଗିରଫ

ବଲାଙ୍ଗିର:  ରାଘବପାଲିରେ ଯୁବକଙ୍କ ହାତ କଟା ଘଟଣାରେ ବଲାଙ୍ଗିର ପୋଲିସ୍ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କୁ ରାଘବପାଲିରୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମ ଜଣାପଡ଼ିଛି। ସେମାନେ ହେଲେ ଦେବରାଜ ପ୍ରଧାନ ଓ ଆନନ୍ଦ ଭୋଇ। ତୃତୀୟ ଅଭିଯୁକ୍ତଙ୍କ ନାମ ଜଣାପଡ଼ିନାହିଁ। ଏହି ଗିରଫଦାରୀ ସଂପର୍କରେ ପୋଲିସ୍ ସ୍ପଷ୍ଟ କରିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ଏହି ତିନି ଜଣଙ୍କୁ ଶନିବାର ଗିରଫ କରାଯାଇଥିଲା। ଜଣଙ୍କୁ ସକାଳେ ଗିରଫ କରାଯାଇଥିବା […]

bolangiri

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 04:45 AM IST

ବଲାଙ୍ଗିର:  ରାଘବପାଲିରେ ଯୁବକଙ୍କ ହାତ କଟା ଘଟଣାରେ ବଲାଙ୍ଗିର ପୋଲିସ୍ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କୁ ରାଘବପାଲିରୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମ ଜଣାପଡ଼ିଛି। ସେମାନେ ହେଲେ ଦେବରାଜ ପ୍ରଧାନ ଓ ଆନନ୍ଦ ଭୋଇ। ତୃତୀୟ ଅଭିଯୁକ୍ତଙ୍କ ନାମ ଜଣାପଡ଼ିନାହିଁ। ଏହି ଗିରଫଦାରୀ ସଂପର୍କରେ ପୋଲିସ୍ ସ୍ପଷ୍ଟ କରିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ଏହି ତିନି ଜଣଙ୍କୁ ଶନିବାର ଗିରଫ କରାଯାଇଥିଲା। ଜଣଙ୍କୁ ସକାଳେ ଗିରଫ କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ସେମାନଙ୍କୁ ପଚରାଉଚରା କରାଯାଇଛି। ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବ।

ଏହି ଘଟଣାରେ ୧୫ ରୁ ୨୦ ଜଣ ବ୍ୟକ୍ତି ସଂପୃକ୍ତ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତେବେ ପୋଲିସ୍ ୧୨ ଜଣଙ୍କ ନାଁରେ ଏଫଆଇଆର୍ ରୁଜୁ କରିଛି। ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା। ଆଉ ଏହି ଗିରଫଦାରୀକୁ ମିଶାଇ ମୋଟ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍। ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବାକି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରଖିଛି।

ପୂର୍ବ ଶତ୍ରୁତାକୁ ନେଇ ଏହି ଅଭିଯୁକ୍ତମାନେ ଗତ ୭ ତାରିଖରେ ରାଘବପାଲି ଗାଁର କ୍ଷୀରୋଦ ମିଶ୍ରଙ୍କ ହାତ ଦୁଇଟି କାଟି ଦେଇଥିଲେ। ଗାଁରେ ପତିଆରା ଓ ଗୋଷ୍ଠୀ ବିବାଦରୁ ଏହି ଘଟଣା ଘଟିଥିଲା। କ୍ଷୀରୋଦଙ୍କ ନାଁରେ ଥାନାରେ ୫ ରୁ ୬ଟି ମାମଲା ରହିଛି। ଘଟଣା ଦିନ ମଧ୍ୟାହ୍ନରେ ସେ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଅଭିଯୁକ୍ତମାନେ ତାଙ୍କର ଦୁଇଟି ଯାକ ହାତ କାଟି ଦେଇଥିଲେ।

Related story