ପେଟରେ ମଦ ବୋତଲ ପୂରାଇ ଦେଲା ନିଶାସକ୍ତ ବନ୍ଧୁ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମଦ ବୋତଲରେ ଭୁଷି ବନ୍ଧୁର ଜୀବନ ନେଲା ବନ୍ଧୁ। ଏପରି ଘଟଣା ବଲାଙ୍ଗିର ସହର ବେହେରାପାଲିରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଅଭିଯୋଗରୁ ପ୍ରକାଶ, ଆଜି ୪ ସାଙ୍ଗ ବେହେରାପାଲି କ୍ଲବ ନିକଟରେ ଏକାଠି ବସି ମଦ ପିଉଥିଲେ। ନିଶା ହେବା ପରେ ୪ ଜଣଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ତେବେ ଏହାରି ଭିତରେ ହଠାତ୍‌ ମନଜିତ କୁମ୍ଭାର ଓ ରାଜେନ୍ଦ୍ର ବିଭାର ଉତ୍ତ୍ୟକ୍ତ ହୋଇ ନିଜ ସାଙ୍ଗ କେଶବ କୁମ୍ଭାରଙ୍କ ପେଟରେ ମଦ ବୋତଳ ଭାଙ୍ଗି ଭୁଷି ଦେଇଥିଲେ। ପରେ କେଶବଙ୍କ ଭାଇକୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ କେଶବ କୁମ୍ଭାରଙ୍କ ମୃତ୍ୟୁ ହୋଇଥିବା ବେଲେ ତାଙ୍କ ସାନଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଅଭିଯୋଗରେ ମନଜିତ କୁମ୍ଭାରକୁ ଅଟକ ରଖି ପଚରା ଉଚୁରା କରୁଛି। ଅନ୍ୟ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ବିଭାର ଫେରାର ହୋଇଛି। ରାଜେନ୍ଦ୍ରଙ୍କୁ ଧରିବା ପାଇଁ ଟାଉନ ଥାନା ପୁଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି।

ମୃତ ଯୁବକ କେଶବ ବେହେରାପାଲିର ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ସମ୍ୱଲପୁର ଜିଲ୍ଲା ବୁର୍ଲାରେ ରହୁଛନ୍ତି। କିଛି ଦିନ ହେଲା ନିଜ ଗାଁ ବଲାଙ୍ଗିର ସହର ବେହରାପାଲିକୁ ଆସିଥିଲେ। ଆଜି ଦୁଇଜଣ ସାଙ୍ଗଙ୍କ ସହିତ କେଶବ ଓ ତାଙ୍କ ଭାଇ ମଦପିଉଥିବା ବେଲେ ଗଣ୍ଡୋଗୋଳ ଘଟି କେଶବଙ୍କର ଜୀବନ ଯାଇଛି ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।