ଗଛରେ ପିଟିହେଲା ବୋଲେରୋ, ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ

ବାଲିଗୁଡ଼ା (ଅଜିତ ନାୟକ): ସିଆର୍‌ପିଏଫ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ବୋଲେରୋ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲିଗୁଡ଼ାରେ ଘଟିଛି। ଗୁରୁତର ଯବାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ବାଲିଗୁଡା ସିଆର୍‌ପିଏଫ୍‌ କ୍ୟାମ୍ପରେ ନିୟୋଜିତ ଥିବା ଯବାନମାନେ ଆଜି ଏକ ବୋଲେରୋରେ ଫୁଲବାଣୀରୁ ଫେରୁଥିଲେ। ସାରଙ୍ଗଗଡ଼ ନିକଟସ୍ଥ କୁରୁଙ୍ଗୁଲି ଘାଟିରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ […]

bolaro

bolaro

Manoranjan Sial
  • Published: Tuesday, 15 September 2020
  • Updated: 15 September 2020, 10:06 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ସିଆର୍‌ପିଏଫ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ବୋଲେରୋ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲିଗୁଡ଼ାରେ ଘଟିଛି। ଗୁରୁତର ଯବାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

ବାଲିଗୁଡା ସିଆର୍‌ପିଏଫ୍‌ କ୍ୟାମ୍ପରେ ନିୟୋଜିତ ଥିବା ଯବାନମାନେ ଆଜି ଏକ ବୋଲେରୋରେ ଫୁଲବାଣୀରୁ ଫେରୁଥିଲେ। ସାରଙ୍ଗଗଡ଼ ନିକଟସ୍ଥ କୁରୁଙ୍ଗୁଲି ଘାଟିରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ରାଜେନ୍ଦ୍ର ଲୋଖଣ୍ଡେଙ୍କ ମୃତ୍ୟୁ ଘଟିଥିଲା।

ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯବାନମାନଙ୍କୁ ଉଦ୍ଧାର କରି ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ମଲାପ୍ପା ମରକଟି ଓ ଆର. ସରବଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ମୃତ୍ୟୁ ଯବାନଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos