ପିକ୍‌ନିକ ସାରି ଫେରୁଥିବା ବେଳେ ଘାଟିରୁ ୫୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋହନା/ଧର୍ମଗଡ଼(ମିହିର ଜତି/ଇଙ୍ଗିତ ପଣ୍ଡା): ଘାଟିରୁ ୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ବୋଲେରୋ। ଫଳରେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡ଼ିଛି। ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲାରେ। ନୂଆବର୍ଷ ପାଇଁ ଆଜି ସକାଳେ ଗାଙ୍ଗପୁର ଗାଁର ୮ ଜଣ ଯୁବକ ଏକ ବୋଲେରୋରେ ପିକ୍‌ନିକ୍‌ କରିବାକୁ ଗଣ୍ଡାହାତୀ ଜଳ ପ୍ରପାତକୁ ଯାଇଥିଲେ। ଭୋଜି ସାରି ଭଞ୍ଜନଗର ଫେରୁଥିବା ବେଳେ […]

bolaro-accident

Manoranjan Sial
  • Published: Monday, 31 December 2018
  • , Updated: 31 December 2018, 08:03 PM IST

ମୋହନା/ଧର୍ମଗଡ଼(ମିହିର ଜତି/ଇଙ୍ଗିତ ପଣ୍ଡା): ଘାଟିରୁ ୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ବୋଲେରୋ। ଫଳରେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡ଼ିଛି। ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲାରେ।

ନୂଆବର୍ଷ ପାଇଁ ଆଜି ସକାଳେ ଗାଙ୍ଗପୁର ଗାଁର ୮ ଜଣ ଯୁବକ ଏକ ବୋଲେରୋରେ ପିକ୍‌ନିକ୍‌ କରିବାକୁ ଗଣ୍ଡାହାତୀ ଜଳ ପ୍ରପାତକୁ ଯାଇଥିଲେ। ଭୋଜି ସାରି ଭଞ୍ଜନଗର ଫେରୁଥିବା ବେଳେ ବୋଲେରୋଟି ଭାରସାମ୍ୟ ହରାଇ ରାଇଗଡ଼ ଥାନା ମାର୍ଲବା ଘାଟିରୁ ପ୍ରାୟ ୫୦ ଫୁଟ୍‌ ତଳକୁ ଖସିପଡ଼ିଲା। ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧର କରି ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ପ୍ରତିମା ବିଶୋଇ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଆହତମାନେ ହେଲେ ସହିମ ବିଶୋଇ, ସୋନାଲି ବିଶୋଇ, ହିତେଶ ବିଶୋଇ ଓ ରାକେଶ ବିଶୋଇ। ଅନ୍ୟମାନଙ୍କ ନାଁ ଜଣାପଡ଼ିନାହିଁ।

ସେହିପରି ଆଉ ଏକ ଦୁର୍ଘଟଣା ଜୟପୁର-ଭବାନୀପାଟଣା ରାସ୍ତାର ଆମପାଣି ଘାଟିରେ ଘଟିଛି। ଲକ୍ଷ୍ମଣ ମାଝି ଓ ଶୁକ୍ରୁ ମାଝି ଏକ ବାଇକ୍‌ରେ ଯାଉଥିବା ବେଳେ କାଠ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story