ଏମିତି ବି ଆସେ ମୃତ୍ୟୁ! ଶୁଦ୍ଧିକ୍ରିୟାରୁ ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ

ବୌଦ୍ଧ(ଭାର୍ଜନ ପ୍ରଧାନ): ସୁଦ୍ଧିକ୍ରିୟା କାମ ସାରି ବୋଲେରୋରେ ଘରକୁ ଫେରିଥିଲେ ପୂରା ପରିବାର। ହେଲେ ଘରେ ପହଞ୍ଚିବା ପୂର୍ବରୁ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ତାଳ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଓ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ଏମତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ମନମୁଣ୍ଡା ଥାନା ପୋଲସାପରା ଗାଁର ସରଜୁ ଦାଶ, ତାଙ୍କ ସ୍ତ୍ରୀ ଶୌଭାଗିନୀ ଓ ତାଙ୍କ […]

bolaro-accident-in-boudha

Manoranjan Sial
  • Published: Monday, 03 August 2020
  • , Updated: 04 August 2020, 11:18 AM IST

ବୌଦ୍ଧ(ଭାର୍ଜନ ପ୍ରଧାନ): ସୁଦ୍ଧିକ୍ରିୟା କାମ ସାରି ବୋଲେରୋରେ ଘରକୁ ଫେରିଥିଲେ ପୂରା ପରିବାର। ହେଲେ ଘରେ ପହଞ୍ଚିବା ପୂର୍ବରୁ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ତାଳ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଓ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ଏମତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି।

ମନମୁଣ୍ଡା ଥାନା ପୋଲସାପରା ଗାଁର ସରଜୁ ଦାଶ, ତାଙ୍କ ସ୍ତ୍ରୀ ଶୌଭାଗିନୀ ଓ ତାଙ୍କ ପୁଅ ରାଜେନ୍ଦ୍ର ଏକ ବୋଲେରୋରେ ସୋନପୁର ଜିଲ୍ଲା ଖଲିଆପାଲିକୁ ଯାଇଥିଲେ। ସେଠାରେ ଏକ ସୁଦ୍ଧିକ୍ରିୟା କାମ ସାରି ଆଜି ଘରକୁ ଫେରୁଥିଲେ ପୂରା ପରିବାର। ତେବେ ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍‌ ପମ୍ପ ପାଖରେ ଥିବା ଏକ ତାଳ ଗଛରେ ବୋଲେରୋଟି ପିଟି ହୋଇ ଯାଇଥିଲା। ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସରଜୁ ଦାଶ ଓ ଶୌଭାଗିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଅ ରାଜେନ୍ଦ୍ର ଓ ବୋଲେରୋ ଡ୍ରାଇଭର ଶଙ୍କର ମହାକୁଡ଼ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Related story