କୁକୁର ସାମ୍ନାକୁ ଚାଲି ଆସିବାରୁ ଗଛରେ ପିଟି ହେଲା ବୋଲେରୋ!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଝରିପାଣି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ବୋଲେରୋ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସାମ୍ନାରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଚାଳକଙ୍କୁ ଗାଡିରୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋଟିଏ କୁକୁର ସାମ୍ନାକୁ ଚାଲିଆସିବାରୁ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର […]

bolaro-accident-in-rourakela

Manoranjan Sial
  • Published: Sunday, 09 August 2020
  • , Updated: 09 August 2020, 06:21 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଝରିପାଣି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ବୋଲେରୋ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସାମ୍ନାରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଚାଳକଙ୍କୁ ଗାଡିରୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋଟିଏ କୁକୁର ସାମ୍ନାକୁ ଚାଲିଆସିବାରୁ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଚୂରମାର ହୋଇଛି। ଗାଡ଼ି ସାମ୍ନା ସିଟ୍‌ରେ ବସିଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଆହତ ହୋଇଛନ୍ତି।

Related story