ବୋଲେରୋ-ବାଇକ୍ ଧକ୍କା; ଜଣେ ଗୁରୁତର

କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ଛକ ନିକଟରେ କାମାକ୍ଷାନଗର କେନ୍ଦୁପତ୍ର ଏସିଏଫ୍‌ ତରେଣୀ ପଟ୍ଟନାୟକଙ୍କ ବୋଲେରୋ ଗାଡ଼ି ସହିତ ଏକ ବାଇକ୍‌ର ଧକ୍କା ହୋଇଛି। ଏଥିରେ ବାଇକ୍ ଆରୋହୀ ବାବୁଲି ଗଇପାଇ (୪୦) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ରୂପାବେଡ଼ା ଗାଁରେ। ତାଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାବୁଲି କଣ୍ଟାପାଳ ଆଡୁ ନିଜ ଗାଁ […]

car

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 06:57 PM IST

କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ଛକ ନିକଟରେ କାମାକ୍ଷାନଗର କେନ୍ଦୁପତ୍ର ଏସିଏଫ୍‌ ତରେଣୀ ପଟ୍ଟନାୟକଙ୍କ ବୋଲେରୋ ଗାଡ଼ି ସହିତ ଏକ ବାଇକ୍‌ର ଧକ୍କା ହୋଇଛି। ଏଥିରେ ବାଇକ୍ ଆରୋହୀ ବାବୁଲି ଗଇପାଇ (୪୦) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ରୂପାବେଡ଼ା ଗାଁରେ। ତାଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବାବୁଲି କଣ୍ଟାପାଳ ଆଡୁ ନିଜ ଗାଁ ରୂପାବେଡ଼ାକୁ ଯାଉଥିବା ବେଳେ ବୋଲେରୋଟି କଙ୍କଡ଼ାହାଡ଼ ଆଡ଼କୁ ଆସୁଥିଲା। ଦୁର୍ଘଟଣା ପରେ ବୋଲେରଟି ରାସ୍ତା କଡ଼କୁ ଖସି ଯାଇଛି ଓ ଅଳ୍ପକେ ରକ୍ଷା ପାଇ ଯାଇଛି। ନହେଲେ ଗାଡ଼ିଟି ରାସ୍ତାକଡ଼ କେନାଲ ଭିତରେ ପଡ଼ିଯାଇଥାଆନ୍ତା। ବୋଲେରୋରେ ଥିବା କେନ୍ଦୁପତ୍ର ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ସୁରକ୍ଷିତ ଥିବା ଏସିଏଫ୍‌ କହିଛନ୍ତି। ବାଇକ୍‌ ଆରୋହୀକୁ ବଞ୍ଚାଇବାକୁ ଯାଇ ବୋଲେରୋଟି ରାସ୍ତା ତଳକୁ ଖସି ଯାଇଥିଲା ବୋଲି ସେ କହିଛନ୍ତି।

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଢେଙ୍କାନାଳ ଜିଲ୍ଲା ସୋଗର ଛକ ନିକଟରେ ଆଜି ଦିନ ପ୍ରାୟ ୨ଟା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଗଟିଛି। ମୃତକ ହେଉଛନ୍ତି ସିମୁଳିଆ ଅଞ୍ଚଳର ଦୁଖିଆ ଦେହୁରୀ (୬୫ବାର୍ଷ)। ଗୁରୁତର ଅବସ୍ଥାରେ ତାଙ୍କୁ ଅଁଳାବେରେଣୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

 

 

Related story