କରୋନା ସଚେତନା: ମହାଶ୍ୱେତାଙ୍କ ଅନୁରୋଧରେ ଓଡ଼ିଶୀ ନାଚିଲେ ଡ୍ରିମଗାର୍ଲ
ମହାଶ୍ୱେତା ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, "ଘରେ ରହିବା, ସୁରକ୍ଷିତ ରହିବା। ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ। ଶାରିରୀକ ଦୂରତା ବଜାୟ ରଖନ୍ତୁ। ଆଜି ଏମିତି ଏକ ପରିସ୍ଥିତି ଆସିଛି ଆମେ ସବୁ ଘରେ ବସିଛେ। ବାହାରକୁ ଯାଇ ପାରୁ ନାହୁଁ। ହେଲେ ଏହି ପରିସ୍ଥିତିରେ ଆମ ପାଖରେ ଯେତିକି ଯାହା ଅଛି, ତାକୁ ନେଇ ଏଇ କିଛିଟା ଦିନ କେମିତି ବଞ୍ଚିବା। ତାହା ସବୁଠାରୁ ବଡ଼ ପରୀକ୍ଷା।"
ମହାଶ୍ୱେତା ପୁଣି କହିଛନ୍ତି,"କିଛି ଦିନ ତଳେ ପ୍ରେମାନନ୍ଦଙ୍କ ଗୀତ 'ପୁଣି ହସିବ ଓଡ଼ିଶା' ଆସିଥିଲା, ଯେଉଁଥିରେ ମୁଁ ଅଭିନୟ ମଧ୍ୟ କରିଥିଲି। ଜଣେ କଳାକାର ଭାବେ ଓଡ଼ିଶାବାସୀଙ୍କୁ ଟିକିଏ ଆନନ୍ଦ ଦେବାକୁ, ବୁଝେଇବାକୁ ମନସ୍ଥ କଲି। ଏହି ଗୀତକୁ ନେଇ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଓଡ଼ିଶା ନୃତ୍ୟଶିଳ୍ପୀଙ୍କୁ ନେଇ ଏହି ଭିଡିଓ ପୁଣି ପ୍ରସ୍ତୁତ କରିବାକୁ ସ୍ଥିର କଲି।"
ତେବେ ମହାଶ୍ୱେତାଙ୍କ ଦ୍ୱାରା ପୁନଃ ନିର୍ମିତ ଏହି ଭିଡିଓରେ ବହୁ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦେଖିବାକୁ ମିଳିଛି। ହେଲେ ଭିଡିଓର ମୁଖ୍ୟ ଆକର୍ଷଣ ହେଉଛନ୍ତି ବଲିଉଡ୍ ଡ୍ରିମଗାର୍ଲ ହେମା ମାଳିନୀ। ମହାଶ୍ୱେତାଙ୍କ ଅନୁରୋଧ କ୍ରମେ ହେମା ଓଡ଼ିଶାବାସୀଙ୍କ ପାଇଁ ଏହି ଗୀତରେ ନୃତ୍ୟ ପରିବେଶଣ କରିବାକୁ ରାଜି ହୋଇଯାଇଥିଲେ।
ଭିଡିଓର ଅନ୍ୟତମ ଆକର୍ଷଣ ହେଉଛନ୍ତି ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ, ସୁଜାତା ମହାପାତ୍ର, ରତିକାନ୍ତ ମହାପାତ୍ର, ଉତ୍ତମ ମହାନ୍ତି, ମିହିର ଦାସ, ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ, ବୁଦ୍ଧାଦିତ୍ୟ ମହାନ୍ତି। ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଦ୍ୱାରା ସଂଯୋଜନାରେ ପ୍ରସ୍ତୁତ ଏହି ଗୀତଟିକୁ ସବିଶେଷ, ଦୀପ୍ତିରେଖା, ବିଶ୍ୱଜିତ ଗାଇଛନ୍ତି।
ତେବେ ମହାଶ୍ୱେତାଙ୍କ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ଏହାକୁ ଦର୍ଶକେ ଦେଖିପାରିବେ। ସମସ୍ତ କଳାକାର ଏହି ଭିଡିଓଟିକୁ ଘରେ ରହି ଶୁଟିଂ କରିଛନ୍ତି।
Ordigital Desk
• Published: Thursday, 07 May 2020
• Updated: 07 May 2020, 04:47 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos