ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ବଲିଉଡ ତାରକା, ୫ ସହରରେ ଖୋଲିଲା ରିଲିଫ ସେଣ୍ଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଫୋନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ବଲିଉଡର ଫିଲ୍ମ ତାରକାମାନେ ଆଗେଇ ଆସିଥିବାବେଳେ ଦେଶର ୫ଟି ପ୍ରମୁଖ ସହରରେ ରିଲିଫ ସେଣ୍ଟର ଖୋଲିଛି। ଏସବୁ ରିଲିଫ ସେଣ୍ଟର ମାଧ୍ୟମରେ ସହୃଦୟ ବ୍ୟକ୍ତି, ସଂସ୍ଥା ଓ ସଂଗଠନମାନେ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସହାୟତା ପଠାଇ ପାରିବେ। ବେସରକାରୀ ସ୍ତରରେ ଏଭଳି ପ୍ରୟାସକୁ ସବୁଦିଗରୁ ପ୍ରଶଂସାର ସୁଅ ଛୁଟିଛି। ବାତ୍ୟା ପ୍ରଭାବିତଙ୍କ ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୧କୋଟି […]

akhyashilpa

Manoranjan Sial
  • Published: Thursday, 09 May 2019
  • , Updated: 09 May 2019, 08:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଫୋନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ବଲିଉଡର ଫିଲ୍ମ ତାରକାମାନେ ଆଗେଇ ଆସିଥିବାବେଳେ ଦେଶର ୫ଟି ପ୍ରମୁଖ ସହରରେ ରିଲିଫ ସେଣ୍ଟର ଖୋଲିଛି। ଏସବୁ ରିଲିଫ ସେଣ୍ଟର ମାଧ୍ୟମରେ ସହୃଦୟ ବ୍ୟକ୍ତି, ସଂସ୍ଥା ଓ ସଂଗଠନମାନେ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସହାୟତା ପଠାଇ ପାରିବେ। ବେସରକାରୀ ସ୍ତରରେ ଏଭଳି ପ୍ରୟାସକୁ ସବୁଦିଗରୁ ପ୍ରଶଂସାର ସୁଅ ଛୁଟିଛି।

ବାତ୍ୟା ପ୍ରଭାବିତଙ୍କ ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୧କୋଟି ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବାବେଳେ ସୋନି ଟିଭି ମାଧ୍ୟମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ ସହଯୋଗର ହାତ ବଢ଼ାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହାସହିତ ସେମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରି ଓଡ଼ିଶାର ପୁର୍ନଗଠନରେ ଭାଗିଦାର ହେବାକୁ ଅନୁରୋଧ କରିଛନ୍ତି।

ସେହିପରି ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ନଭି ମୁମ୍ବାଇସ୍ଥିତ କେରଳ ଭବନରେ ‘ଫୋନି ରିଲିଫ ସେଣ୍ଟର’ ଖୋଲାଯାଇ ବିଭିନ୍ନ ବର୍ଗର ଲୋକଙ୍କଠୁ ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତା ଲୋଡ଼ାଯାଉଥିବାବେଳେ ବାଙ୍ଗାଲୋରର କୋରାମଙ୍ଗଳା, ଦିଲ୍ଲୀର ସାକେତ୍ ମେଟ୍ରୋ ଷ୍ଟେସନସ୍ଥିତ ଓଡ଼ିଶା ହୋଟେଲ, ହାଇଦ୍ରାବାଦର କୋଣ୍ଡାପୁରର ପର୍ଲଭିଲେଜ୍ ରୋଡର କ୍ରିଏଟିଭ ସ୍ନେହା ଆପାର୍ଟମେଣ୍ଟ ଓ ଚେନ୍ନାଇର ଟି.ନଗରସ୍ଥିତ ସିକ୍ସଥ୍ ସେନ୍ସ ଫାଉଣ୍ଡେସନ ଅଫିସରେ ରିଲିଫ ସେଣ୍ଟର ଖୋଲାଯାଇ ଲୋକଙ୍କଠୁ ସହଯୋଗ ଲୋଡ଼ାଯାଉଛି।

ବିଶେଷକରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ପ୍ରବର୍ତ୍ତାଯାଉଥିବାବେଳେ ଛୋଟ ସୌର ଲଣ୍ଠନ, ଖାଦ୍ୟ ସାମଗ୍ରୀ, ପାଣି ବୋତଲ, ମେଡିସିନ, କ୍ୟାଣ୍ଡେଲ, ନ୍ୟାପକିନ୍, ସାବୁନ ଓ ସବୁ ବୟସର ଲୋକଙ୍କ ପାଇଁ ପୋଷାକ ଆଦି ସମ୍ପୃକ୍ତ ରିଲିଫ ସେଣ୍ଟରରେ ଦେବା ନିମନ୍ତେ ଅନୁରୋଧ କରାଯାଉଛି। ଯାହାଫଳରେ ଏହି ସହାୟତାକୁ ‘ଫୋନି’ ବାତ୍ୟା ପ୍ରଭାବିତ ଓଡ଼ିଶାର ଲୋକମାନଙ୍କ ନିକଟରେ ପହଞ୍ଚାଯାଇ ପାରିବ। ସୋଶାଲ ମିଡିଆରେ ଏହି ସାଧୁ ଉଦ୍ୟମର ବହୁଳ ପ୍ରଚାର ହେଉଛି।

Related story