ରାତିରେ ସରପଞ୍ଚଙ୍କ ଘର ଉପରେ ବୋମା ମାଡ଼

ନିଆଳି (ବିନୟ ମିଶ୍ର): ସରିଲାଣି ପଞ୍ଚାୟତ ନିର୍ବାଚନ। ହେଲେ ଆଜି ପର୍ଯ୍ୟନ୍ତ ଥଣ୍ଡା ପଡ଼ି ନାହିଁ ଗାଁ ରାଜନୀତି। ପ୍ରତିଦିନ ଘଟୁଛି ରାଜନୈତିକ ହିଂସାକାଣ୍ଡ। ଏହି କ୍ରମରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ବାଟି ପଞ୍ଚାୟତରେ ବୋମା ମାଡ଼ ହୋଇଛି। ୪ ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଘର ଉପରେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଶନିବାର ବିଳମ୍ୱିତ ରାତିରେ ବ୍ରାହ୍ମଣ ବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। […]

Niali

Manoranjan Sial
  • Published: Sunday, 20 March 2022
  • , Updated: 20 March 2022, 04:35 PM IST

ନିଆଳି (ବିନୟ ମିଶ୍ର): ସରିଲାଣି ପଞ୍ଚାୟତ ନିର୍ବାଚନ। ହେଲେ ଆଜି ପର୍ଯ୍ୟନ୍ତ ଥଣ୍ଡା ପଡ଼ି ନାହିଁ ଗାଁ ରାଜନୀତି। ପ୍ରତିଦିନ ଘଟୁଛି ରାଜନୈତିକ ହିଂସାକାଣ୍ଡ। ଏହି କ୍ରମରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ବାଟି ପଞ୍ଚାୟତରେ ବୋମା ମାଡ଼ ହୋଇଛି। ୪ ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଘର ଉପରେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି।

ଶନିବାର ବିଳମ୍ୱିତ ରାତିରେ ବ୍ରାହ୍ମଣ ବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଦୁଇଟି ବାଇକ୍‌ରେ ୪ ଜଣ ଯୁବକ ଆସି ଦୁଇଟି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ଗୋବିନ୍ଦପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।  ବୋମା ମାଡ଼ରେ କେହି ମୃତାହତ ହୋଇ ନଥିବା ବେଳେ ରାଜନୈତିକ ଆକ୍ରୋଶରୁ ହୋଇଥିବା ଅନୁମାନ କରାଯାଉଛି। ବୋମା ମାଡ଼ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସଞ୍ଜୟ ଦାବି କରିଛନ୍ତି।

ଠିକ୍‌ ସେହିପରି ଶନିବାର ସନ୍ଧ୍ୟା ବେଳେ ବ୍ରହ୍ମଗିରି ଥାନା ଦଣ୍ଡୁଆସିପଡ଼ା ଗାଁରେ ବୋମା ମାଡ଼ ହୋଇଥିଲା। ଦୁଇ ଗୋଷ୍ଠୀ ପକ୍ଷରୁ ୩୦ରୁ ୩୫ଟି ବୋମା ମାଡ଼ ହୋଇଥିଲା। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ରାଜନୈତିକ ବିବାଦରୁ ଏହି ଗଣ୍ଡଗୋଳର ସୂଚ୍ରପାତ ହୋଇଥିବା ଆଲୋଚନା ହେଉଛି। ବୋମା ମାଡ଼ ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

Related story