ଘର ଉପରକୁ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡ଼ା ଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଉକ୍ତ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ବାପା, ମା’ ଓ ପୁଅ ବୋଲି ଜଣାଯାଇଛି। ସ୍ଥାନୀୟ ଲୋକେ ବୋମାମାଡ଼ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି […]

bomb-1--1

Niharika Rout
  • Published: Tuesday, 26 May 2020
  • , Updated: 26 May 2020, 08:42 AM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡ଼ା ଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଉକ୍ତ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ବାପା, ମା’ ଓ ପୁଅ ବୋଲି ଜଣାଯାଇଛି।

ସ୍ଥାନୀୟ ଲୋକେ ବୋମାମାଡ଼ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଗାଁର ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି।

ରାତିରେ ଲୁଟପାଟ କରିବାକୁ ଆସି ୮ରୁ ୧୦ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୋମା ମାଡ଼ କରି ଲୁଟେରା ଫେରାର ହୋଇଯାଇଥିବା ବେଳେ କ’ଣ ଲୁଟ୍ ହୋଇଛି, ତାହା ସ୍ପଷ୍ଟ ହୋଇନି। ଘଟଣାସ୍ଥଳରେ ବାଘମାରୀ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story