ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ଼, ଜଣେ ଅଟକ

ପୁରୀ(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହାଇସିକ୍ୟୁରିଟିରେ ଥିବା ପୁରୀରେ ଗତକାଲି ବୋମାମାଡ଼ ହୋଇଛି। ଶ୍ରୀମନ୍ଦିର ନିକଟରେ ଥିବା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ଼ ହୋଇଛି।  ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ୨ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଘର ପାଖରେ ଲାଗିଥିବା ସିସିଟିଭି କଏଦ ହୋଇଥିବା ବୋମାମାଡ଼ ଦୃଶ୍ୟକୁ ଅନୁଧ୍ୟାନ କରି ପୁଲିସ ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ଜଣଙ୍କୁ […]

Blast

  • Published: Wednesday, 09 November 2022
  • , Updated: 09 November 2022, 11:07 AM IST

ପୁରୀ(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହାଇସିକ୍ୟୁରିଟିରେ ଥିବା ପୁରୀରେ ଗତକାଲି ବୋମାମାଡ଼ ହୋଇଛି। ଶ୍ରୀମନ୍ଦିର ନିକଟରେ ଥିବା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ଼ ହୋଇଛି।  ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ୨ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଘର ପାଖରେ ଲାଗିଥିବା ସିସିଟିଭି କଏଦ ହୋଇଥିବା ବୋମାମାଡ଼ ଦୃଶ୍ୟକୁ ଅନୁଧ୍ୟାନ କରି ପୁଲିସ ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ କେଉଁ କାରଣ ପାଇଁ ଆଇନଜୀବୀଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି, ତାହା ଅସ୍ପଷ୍ଟ ରହିଛି । ବୋମାମାଡକୁ ନେଇ ସୁଭାଶିଷଙ୍କ ପରିବାର ଓ ସାହି ବାସିନ୍ଦା ଭୟଭୀତ ଅଛନ୍ତି। ସିଟି ଡିଏସପି ଓ ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ଆସନ୍ତାକାଲି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ପୁରୀରେ  ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ି ଥିବା ସ୍ୱତ୍ତେ ଦୁର୍ବୃତ୍ତମାନେ ଜଣେ ଆଇନଜୀବୀଙ୍କ ଘର ଉପରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।

Related story