କୋଣାର୍କ ନଗର ବିଜେଡି ସଭାପତିଙ୍କ ଘରକୁ ବୋମାମାଡ଼

କୋଣାର୍କ(ଓଡ଼ିଶା ରିପୋର୍ଟର): କୋଣାର୍କ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ବାସଗୃହ ଓ କାର୍ଯ୍ୟାଳୟ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୋପାଳଙ୍କର ଥିବା ହୋଣ୍ଡା ବାଇକ ସୋରୁମ୍ ଉପରେ ମଧ୍ୟ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ କିଛି ଗାଡ଼ି ପୋଡ଼ିଯାଇଛି।

ଗତକାଲି ରାତି ପ୍ରାୟ ୧୨ଟା ପରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଠିକାଦାରୀ ଘଟଣାକୁ ନେଇ ଏହି ବୋମାମାଡ଼ ହୋଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରିଛି। ନିମାପଡ଼ା ଡିଏସପି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।