ଅଶାନ୍ତ ପୁରୀ: ଦୁଇଟି ସ୍ଥାନରେ ବୋମାମାଡ଼, ୩ ଆହତ

ପୁରୀ: ଅଶାନ୍ତ ହୋଇପଡ଼ିଛି ପୁରୀ। ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ହୋଇଛି ବୋମାମାଡ଼। ଏଥିରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ପୁରୀ ମାର୍କେଟ ଛକରେ ଥିବା ବିଶାଲ ଗାର୍ମେଣ୍ଟ ବନ୍ଦ ହେଉଥିବା ସମୟରେ ପ୍ରଥମ ବୋମାମାଡ଼ ହୋଇଥିଲା। ହଠାତ୍ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ।  ଏହି ଘଟଣାରେ ବିଶାଲ ଗାର୍ମେଣ୍ଟର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ଦ୍ୱିତୀୟ ବୋମାଟି ପଡ଼ିଥିଲା ବଗଲା […]

nnn

Rakesh Mallick
  • Published: Monday, 10 July 2017
  • , Updated: 10 July 2017, 11:47 AM IST

ପୁରୀ: ଅଶାନ୍ତ ହୋଇପଡ଼ିଛି ପୁରୀ। ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ହୋଇଛି ବୋମାମାଡ଼। ଏଥିରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ପୁରୀ ମାର୍କେଟ ଛକରେ ଥିବା ବିଶାଲ ଗାର୍ମେଣ୍ଟ ବନ୍ଦ ହେଉଥିବା ସମୟରେ ପ୍ରଥମ ବୋମାମାଡ଼ ହୋଇଥିଲା। ହଠାତ୍ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ।  ଏହି ଘଟଣାରେ ବିଶାଲ ଗାର୍ମେଣ୍ଟର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ଦ୍ୱିତୀୟ ବୋମାଟି ପଡ଼ିଥିଲା ବଗଲା ଧର୍ମଶାଳା ନିକଟରେ। ଏଥିରେ ଜଣେ ଗୁପଚୁପ୍ ବ୍ୟବସାୟୀ ଆହତ ହୋଇଛନ୍ତି।

ଦାଦାବଟିକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି। ପୋଲିସ୍ ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି।

https://www.youtube.com/watch?v=IHJDDmPj-AI

 

 

Related story