ପୁଲିସ୍ ଉପରକୁ ବୋମାମାଡ଼

ଆଠଗଡ଼ (ନୀଳକଣ୍ଠ ଦୋରା): ପୁଲିସ୍ ଉପରକୁ ବୋମାମାଡ଼। ଜଣେ କନଷ୍ଟେବଲ ଆହତ। ଘଟଣାଟି ଘଟିଛି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ। ଏହି ଗାଁରେ ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ୍ ସଂଯୋଗ ନେଇ ଉତ୍ତେଜନା ଦେଖା ଦେଇଥିଲା। ଟାୱାର ଲାଇନ୍ ଟଣା ହେଉଥିବା ବେଳେ ଚାଷୀମାନେ କ୍ଷତିପୂରଣ ମାଗିଥିଲେ। ଯେଉଁମାନଙ୍କ ଜମି ଉପର ଦେଇ ଲାଇନ୍ ତା’ର ଯାଉଥିଲା, ସେମାନେ କ୍ଷତିପୂରଣ ମାଗିଥିଲେ। ତେବେ କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବା ଯୋଗୁ ଚାପା ଉତ୍ତେଜନା ଦେଖା […]

police

police

Jitendra Garnayak
  • Published: Saturday, 09 January 2021
  • Updated: 09 January 2021, 02:43 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ପୁଲିସ୍ ଉପରକୁ ବୋମାମାଡ଼। ଜଣେ କନଷ୍ଟେବଲ ଆହତ। ଘଟଣାଟି ଘଟିଛି
ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗାଁରେ।

ଏହି ଗାଁରେ ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ୍ ସଂଯୋଗ ନେଇ ଉତ୍ତେଜନା ଦେଖା ଦେଇଥିଲା। ଟାୱାର ଲାଇନ୍ ଟଣା ହେଉଥିବା ବେଳେ ଚାଷୀମାନେ କ୍ଷତିପୂରଣ ମାଗିଥିଲେ। ଯେଉଁମାନଙ୍କ ଜମି ଉପର ଦେଇ ଲାଇନ୍ ତା’ର ଯାଉଥିଲା, ସେମାନେ କ୍ଷତିପୂରଣ ମାଗିଥିଲେ। ତେବେ କ୍ଷତିପୂରଣ ନଦେଇ ତାର ଟଣା ଯାଉଥିବା ଯୋଗୁ ଚାପା ଉତ୍ତେଜନା ଦେଖା ଦେଇଥିଲା। ଆଉ ଆଜି ପୁଲିସ୍ ଉପସ୍ଥିତିରେ ତାର ଟଣା ଯାଉଥିବା ବେଳେ ହୋଇଥିଲା ବୋମାମାଡ଼। ବୋମାମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ବୋଲି ସୂଚନା ମିଳିଛି।

ଏହି ଘଟଣା ପରେ ସେଠାରେ ୨ ପ୍ଲାଟୁନ୍ ପୁଲିସ୍‌ ପହଞ୍ଚିଛନ୍ତି। ସେମାନଙ୍କ ସହ ଚୌଦ୍ୱାର ଏସ୍‌ଡିପିଓ, ୨ ଜଣ ଆଇଆଇସି ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos