ପୋଲିସ ଗାଡ଼ି ଉପରକୁ ବୋମାମାଡ଼, ଜଣେ ଆହତ

କଟକ(ପ୍ରଭାତ ବିଷୋୟୀ): କଟକ ସଦର ଥାନା ପିସିଆର ଭ୍ୟାନ୍‌ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହାସହ ଭ୍ୟାନ୍‌ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ୱିତ ରାତିରେ କୁରୁଣ୍ଟି ଗାଁର ଜଣେ ଠିକାଦାରଙ୍କୁ ବ୍ରାହ୍ମଣବରିଲୋ ଅଞ୍ଚଳର ୨ ଜଣ ଯୁବକ ଦାଦାବଟି ମାଗିଥିଲେ। ହେଲେ ସେ ବଟି ନ ଦେବାରୁ ତାଙ୍କ ଘର ଉପରକୁ ଲଗାତାର ବୋମାମାଡ଼ କରିବା ସହ  ବନ୍ଧୁକ ଦେଖାଇ  ଭୟଭୀତ କରିଥିଲେ। ଏନେଇ ଖବର ପାଇ ସଦର ଥାନା ପୋଲିସ ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ପୋଲିସ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।