ମରଣଯନ୍ତା ପାଲଟିଛି ବୋମିଖାଲ ବ୍ରିଜ୍‌: ଗତ ବର୍ଷ ନେଇଥିଲା ଜୀବନ, ଆଜି ପୁଣି ଖାଇଲା ମୁଣ୍ଡ

<p>ପୁଣି ଜଣଙ୍କ ଜୀବନ ନେଲା ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍। ନିର୍ମାଣାଧିନ ବ୍ରିଜର ଲୁହା ରଡରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଗୁମିଚ। ଆଜି ରାତି ପ୍ରାୟ ୯ଟା ବେଳେ ଘଟିଥିଲା ଏହି ଘଟଣା। ଲୁହାଛଡ଼ ବନ୍ଧା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଠାରେ ୮ ଜଣ ଶ୍ରମିକ କାମ କରୁଥିବା ବେଳେ ୨ ଜଣ ଶ୍ରମିକ ଲୁହା ରଡରେ ଚାପି ହୋଇ ରହିଯାଇଯାଇଥିଲେ। ପ୍ରାୟ ୨୦ ମିନିଟ୍ କାଳ ଫସିରହିଥିଲେ ଏହି ଦୁଇ ଶ୍ରମିକ। ଏହାପରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ୨ ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ୍କୁ ପଠାଇଥିଲେ।</p> <p>ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍ ଓଭରବ୍ରିଜ୍।ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ଝିଅକୁ ଡ୍ୟାନ୍ସ ସ୍କୁଲରୁ ଘରକୁ ଆଣୁଥିବା ବେଳେ ତାଙ୍କ ଉପରେ ଓଜାଡି ହୋଇ ପଡିଥିଲା ଲୁହା ରଡ୍ ଓ କଂକ୍ରିଟ୍। ସୌଭାଗ୍ୟକୁ କାମ କରୁଥିବା ୧୦ରୁ ଅଧିକ ଶ୍ରମିକ ବର୍ତ୍ତି ଯାଇଥିଲେ। ବ୍ରିଜ୍ ନିର୍ମାଣ ଦାୟିତ୍ୱ ଠିକା ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ ଦିଆଯାଇଥିଲା।</p>

Ordigital Desk
  • Published: Thursday, 03 May 2018
  • Updated: 03 May 2018, 11:07 PM IST
<p>ପୁଣି ଜଣଙ୍କ ଜୀବନ ନେଲା ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍। ନିର୍ମାଣାଧିନ ବ୍ରିଜର ଲୁହା ରଡରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଗୁମିଚ। ଆଜି ରାତି ପ୍ରାୟ ୯ଟା ବେଳେ ଘଟିଥିଲା ଏହି ଘଟଣା। ଲୁହାଛଡ଼ ବନ୍ଧା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଠାରେ ୮ ଜଣ ଶ୍ରମିକ କାମ କରୁଥିବା ବେଳେ ୨ ଜଣ ଶ୍ରମିକ ଲୁହା ରଡରେ ଚାପି ହୋଇ ରହିଯାଇଯାଇଥିଲେ। ପ୍ରାୟ ୨୦ ମିନିଟ୍ କାଳ ଫସିରହିଥିଲେ ଏହି ଦୁଇ ଶ୍ରମିକ। ଏହାପରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ୨ ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ୍କୁ ପଠାଇଥିଲେ।</p><p>ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍ ଓଭରବ୍ରିଜ୍।ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ଝିଅକୁ ଡ୍ୟାନ୍ସ ସ୍କୁଲରୁ ଘରକୁ ଆଣୁଥିବା ବେଳେ ତାଙ୍କ ଉପରେ ଓଜାଡି ହୋଇ ପଡିଥିଲା ଲୁହା ରଡ୍ ଓ କଂକ୍ରିଟ୍। ସୌଭାଗ୍ୟକୁ କାମ କରୁଥିବା ୧୦ରୁ ଅଧିକ ଶ୍ରମିକ ବର୍ତ୍ତି ଯାଇଥିଲେ। ବ୍ରିଜ୍ ନିର୍ମାଣ ଦାୟିତ୍ୱ ଠିକା ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ ଦିଆଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos